Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ପାକିସ୍ତାନ ପାଇଁ ଆମେରିକା ମୁଣ୍ଡରେ ଚଢ଼ିଲା ରାଗ, ନେଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

2/03/2019 at 6:07 PM

ନୂଆଦିଲ୍ଲୀ ୨/୩- ପାକିସ୍ତାନ ଉପରେ ଖୁବ ଶ୍ରୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଆମେରିକା । ଭାରତ ସହିତ ମୁହାଁମୁହିଁ ପରିସ୍ଥିତିରେ ପାକିସ୍ତାନ । ଯୁଦ୍ଧକରିବାକୁ ମନ ସିନା ପାଖରେ ନାହିଁ ଅସ୍ତ୍ରଶସ୍ତ୍ର । ଭାରତର ସର୍ଜିକାଲ ଷ୍ଟ୍ରାଇକପରେ ପାକିସ୍ତାନ ମଧ୍ୟ ଭାରତ ଉପରେ ନେବାପାଇଁ ଚାହିଁଥିଲା ପ୍ରତିଶୋଧ । ନିଜର ପ୍ରତିରକ୍ଷା ପାଇଁ  ବାୟୁସେନାକୁ ବ୍ୟବହାର କରିଥିବା ଅଭିଯୋଗରେ ପାକିସ୍ତାନ ଉପରେ ନେଇପାରେ କାର୍ଯ୍ୟାନୁଷ୍ଠାନ ଆମେରିକା ।

ପୂର୍ବରୁ ପାକିସ୍ତାନକୁ ନିଜର ସୁରକ୍ଷା ପାଇଁ ଏଫ-୧୬ ଲଢ଼ୁଆ ବିମାନ ଦେଇଥିଲା ଆମେରିକା । କିନ୍ତୁ ସର୍ତ୍ତଥିଲା ଏହି ବିମାନ ନିଜର ସୁରକ୍ଷାପାଇଁ ବ୍ୟବହାର କରିବା ସହିତ ଆତଙ୍କବାଦୀ ଦମନପାଇଁ ବ୍ୟବହାର କରିବା ପାଇଁ ପାକିସ୍ତାନକୁ ଦେଇଥିଲା ଆମେରିକା କିନ୍ତୁ ନିଜର ପ୍ରତିରକ୍ଷା କ୍ଷମତା ବଢ଼ାଇବା ପାଇଁ ନୁହେଁ । ଏହି ବିମାନରେ କାହା ସହିତ ଯୁଦ୍ଧ କରିବାକୁ ମଧ୍ୟ ପାକିସ୍ତାନ ପକ୍ଷରୁ ବାରଣ ଥିଲା । ଯଦି ପାକିସ୍ତାନକୌଣସି ପରିସ୍ଥିତିରେ ବ୍ୟବହାର କରେ, ତାହେଲେ ଆମେରିକାର ଅନୁମତି ନେବାକୁ ହେବବୋଲି ସର୍ତ୍ତଥିଲା । ଆମେରିକାର ଅନୁମତି ରହିଲେ ଏହି ଲଢ଼ୁଆ ବିମାନ ବ୍ୟବହାର କରିବାକୁ ଯେଉଁ ସର୍ତ୍ତଥିଲା ତାହା ଭାଙ୍ଗିଥିଲା ପାକିସ୍ତାନ ।

ଭାରତ ସହ ମୁହାଁମୁହିଁ ଯୁଦ୍ଧକରିବାକୁ ବାୟୁସେନାର ସାହାର୍ଯ୍ୟ ନେଇଥିଲା । ଆମେରିକା ଦେଇଥିବା ଲଢ଼ୁଆ ବାୟୁସେନାର ବିମାନ ଧରି ପାକିସ୍ତାନ ଭାରତ ସୀମା ଭିତରକୁ ପଶିଆସିଥିଲା । ଭାରତୀୟ ବାୟୁସେନାର ପାଇଲଟମାନେ ପାଲଟା ଆକ୍ରମଣ କରି ପାକିସ୍ତାନର ବିମାନକୁ ଖସାଇ ପକାଇଦେଇଥିଲେ । ଏହାଦ୍ଵାରା ଭାରତର ମଧ୍ୟ କ୍ଷତି ହୋଇଥିଲା । ଭାରତୀୟ ବାୟୁସେନାର ମଧ୍ୟ ଏକ ବିମାନ ଧ୍ଵଂସ ହୋଇଯାଇଥିଲା । ଫଳରେ ଏହି ବିମାନ ଚଳାଉଥିବା ଅଭିନନ୍ଦନଙ୍କୁ ମଧ୍ୟ ପାକିସ୍ତାନ ସେନା ଗିରଫ କରିନେଇଥିଲା ।

ପାକିସ୍ତାନର ବିମାନ ଧ୍ଵଂସ କରିବା ପରେ ଭାରତ ଛାଡ଼ିଥିବା ଫଟୋରୁ ଜଣାପଡ଼ିଥିଲା ବିମାନ ସଂପର୍କରେ । ବିମାନଟି ଥିଲା ଏଫ-୧୬ ଯାହା ଆମେରିକା ଦେଇଥିଲା ପାକିସ୍ତାନକୁ । ଏହି ଘଟଣା ପରେ ପାକିସ୍ତାନକୁ ଜବାବ ମାଗିବା ପରେ ମିଛ କହି ସଫେଇ ଦେଇଥିଲା । ନଷ୍ଟହୋଇଯାଇଥିବା ବିମାନଟି ନିଜର ବୋଲି ଦାବୀ କରିଥିଲା ପାକିସ୍ତାନ । ଏହି କଥାରେ ଆମେରିକା ବିଶ୍ଵାସ କରି ନଥିଲା । ସୋସିଆଲ ମିଡ଼ିଆରେ ଏହି ବିମାନର ଫଟୋ ଛଡ଼ାଯିବାପରେ ସ୍ଫଷ୍ଟ ହୋଇଥିଲା  ଏହା ଆମେରିକାର ବୋଲି । ଆମେରିକା ଏହି କଥା ଜାଣି ପାକିସ୍ତାନ ଉପରେ କ୍ଷୁବ୍ଧଥିବା କଥା ଜଣାପଡ଼ିଛି ।

ଯାହା ଜଣାପଡ଼ୁଛି ଆମେରିକା କୌଣସି ପରିସ୍ଥିତିରେ ବି ନେଇପାରେ କାର୍ଯ୍ୟାନୁଷ୍ଠାନ । ଯାହା ପାକିସ୍ତାନ ପାଇଁ ପଡ଼ିବ ମହଙ୍ଗା ।  

   Related Posts