Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ରୋଚକ ମୋଡରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ : ୬ ଇଲେକ୍ଟୋରାଲ୍ ଭୋଟ୍ ପଛରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ୍, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଡୋନାଲ୍ଡ ଟ୍ରମ୍ପ୍

6/11/2020 at 9:15 AM

ଓ୍ବାଶିଂଟନ୍ ୬।୧୧: ରୋଚକ ମୋଡରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ହ୍ବାଇଟ୍ ହାଉସ୍ ରେ ପହଞ୍ଚିବା ପାଇଁ ମ୍ୟାଜିକ୍ ନମ୍ବରଠାରୁ ଆଉ କିଛି ଭୋଟ୍ ପଛରେ ଅଛନ୍ତି ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ । ଟ୍ରେଣ୍ଡ ଅନୁଯୟ ଜୋ ବିଡେନ୍ ମ୍ୟାଜିକ ବିଡେନ୍ ଡିତିବା ଆଡକୁ ଅଗ୍ରସର ହେଉଛନ୍ତି ।

ବିଡେନଙ୍କୁ ଏ ପର୍ଯ୍ୟନ୍ତ ୨୬୪ ଇଲେକ୍ଟର୍ସଙ୍କ ମତ ମିଳିଛି । ବହୁମତ ପାଇଁ ଆଉ ୬ଟି ଇଲେକ୍ଟର୍ସଙ୍କ ଆବଶ୍ୟକତା ରହିଛି । ଏଣୁ ମ୍ୟାଜିକ୍ ସଂଖ୍ୟା ୨୭୦ ଇଲେକ୍ଟର୍ସଙ୍କ ସମର୍ଥନ ପାଇ ବିଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି । ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଆଗୁଆ ଥିବାବେଳେ ଆରିଜୋନା ଓ ନାଭେଡ଼ାରେ ଡେମୋକ୍ରାଟିକ୍  ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଆଗୁଆ ଅଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟର୍ସଙ୍କ ମତ ମିଳିଛି । ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ଟ୍ରମ୍ପ୍ ଆଗୁଆ ଥିଲେ ହେଁ ବହୁମତ ହାସଲ କରିବା ତାଙ୍କ ପକ୍ଷେ କଷ୍ଟକର । ଯଦି ଏହି ସବୁ ରାଜ୍ୟର ସମସ୍ତ ୫୪ ଇଲେକ୍ଟର୍ସ ଟ୍ରମ୍ପଙ୍କୁ ମିଳିଯାଏ ତେବେ ସେ ସମୁଦାୟ ୨୬୮ଟି ମତ ପାଇବେ। ଯାହାକି ବହୁମତ ୨୭୦ଠାରୁ ଆହୁରି ୨ କମ୍ । ସମୁଦାୟ ୫୩୮ ଇଲେକ୍ଟର୍ସଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ବିଡେନ ୨୬୪ ଓ ଟ୍ରମ୍ପ୍ ୨୧୪ଙ୍କ ସମର୍ଥନ ପାଇଛନ୍ତି ।

ଆଲାସ୍କା, ଆରିଜୋନା, ପେନସିଲଭାନିଆ, ନାଭେଡ଼ା, ଜର୍ଜିଆ ଓ ନର୍ଥ କାରୋଲିନାର ପ୍ରାୟ ୬୦ଟି ଇଲେକ୍ଟର୍ସଙ୍କ ପାଇଁ ପାଇଁ ମତଗଣନା ଜାରି ରହିଛି । ସେପଟେ ଜର୍ଜିଆ, ମିସିଗାନ ଓ ପେନସିଲଭାନିଆ​ରେ ଭୋଟ ଗଣତିକୁ ନେଇ ଟ୍ରମ୍ପ୍ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଏହିସବୁ ରାଜ୍ୟରେ ପୁନର୍ବାର ମତଗଣନା ପାଇଁ ଟ୍ରମ୍ପ୍ ଦାବି କରିଛନ୍ତି।

   Related Posts