Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଆମେରିକା ଚାହେଁ ନାହି ଆଉ ଏକ ଶୀତଳ ଯୁଦ୍ଧ, କିନ୍ତୁ ସୈନ୍ୟ ଶକ୍ତି ଆମର ଅନ୍ତିମ ବିକଳ୍ପ: ୟୁଏନଜିଏ ମଞ୍ଚରେ କହିଲେ ବାଇଡେନ

21/09/2021 at 10:43 PM

ନ୍ୟୁୟର୍କ ୨୧।୦୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମିଳିତ ଜାତି ସଂଘ ମହାସଭାକୁ ପ୍ରଥମ ଥର ସମ୍ବୋଧିତ କରିଛନ୍ତି। ନିଜ ଭାଷଣରେ ବାଇଡେନ୍ ଆମେରିକା କୂଟନୀତିର ଭବିଷ୍ୟତର ଚିତ୍ର ସ୍ପଷ୍ଟ କରିଛନ୍ତି। ବାଇଡେନ୍ ନିଜ ଭାଷଣରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ଏବେ କୌଣସି ବି ନୂତନ ଶୀତଳ ଯୁଦ୍ଧର କାରଣ ପାଲଟିବ ନାହିଁ। ସେ ଇସାରା ଇସାରାରେ ଚୀନ ଓ ରୁଷ ସହିତ ବଢୁଥିବା ଉତ୍ତେଜନାକୁ କମ କରିବାକୁ ସନ୍ଦେଶ ମଧ୍ୟ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି କରୋନା ଭାଇରସ୍, ଆତଙ୍କବାଦ, ଆଫଗାନିସ୍ତାନ, ଇରାନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ବାଇଡେନ୍ ୟୁଏନଜିଏର ୭୬ତମ ସଭାକୁ ସମ୍ବୋଧିତ କରି କରୋନା ଭାଇରସ୍‌ରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେ କହିଛନ୍ତି ମାରାତ୍ମକ କରୋନା ମହାମାରୀରେ ଆମେ ବହୁତ ଲୋକଙ୍କୁ ହରାଇଛୁ। ସମଗ୍ର ଦୁନିଆରେ ପାଖାପାଖି ୪୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ସମସ୍ତଙ୍କ ପାଇଁ ମୁଁ ଶୋକ ବ୍ୟକ୍ତ କରୁଛି।

ଆଫଗାନିସ୍ତାନ ସୈନ୍ୟ ପ୍ରତ୍ୟାହାର ଉପରେ ଦେଲେ ସଫେଇ

ବାଇଡେନ୍ ଆଫଗାନିସ୍ତାନକୁ ନେଇ କହିଛନ୍ତି ଯେ, ଆମେ ଆଜି ଆତଙ୍କବାଦ ବିପଦର ସମ୍ମୁଖୀନ ହୋଇଛନ୍ତି। ଆମେ ଆଫଗାନିସ୍ତାନରେ ୨୦ ବର୍ଷର ସଂଘର୍ଷକୁ ସମାପ୍ତ କରିଛୁ। ଆମେ ଯେମିତି ଏହି ଯୁଦ୍ଧ ବନ୍ଦ ଘୋଷଣା କରିଛୁ, କୂଟନୀତିର ନୂତନ ଦ୍ଵାର ଖୋଲି ଯାଇଛି।

କ୍ଵାଡ ଉପରେ ଦେଲେ ଟିପ୍ପଣୀ

ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ମିଶି ଗଠିତ କ୍ଵାଡକୁ ନେଇ ବାଇଡେନ୍ କହିଛନ୍ତି, ଆମେ ସ୍ଵାସ୍ଥ୍ୟ ସୁବିଧା, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାଗିଦାରୀ ବଢାଇଛନ୍ତି।

ସୈନ୍ୟ ଶକ୍ତି ଅନ୍ତିମ ବିକଳ୍ପ

ବାଇଡେନ୍ ନିଜ ଭାଷଣରେ ଚୀନ ଓ ରୁଷ ସହିତ ସୈନ୍ୟ ଉତ୍ତେଜନାକୁ କମ କରିବା ପାଇଁ ମଧ୍ୟ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ସୈନ୍ୟ ଶକ୍ତି ଆମର ଅନ୍ତିମ ଉପାୟର ସାଧନ ହେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି, ଆମେ ଆଉ ଏକ ଶୀତଳ ଯୁଦ୍ଧ ଚାହୁଁନାହୁଁ। ଆମେରିକା କୌଣସି ବି ଦେଶ ସହ କାମ କରିବାକୁ ପ୍ରସ୍ତୁତ, ଯିଏ ଶାନ୍ତିପୂର୍ଣ୍ଣ ପ୍ରସ୍ତାବର ଅନୁସରଣ କରିଥାଏ। କାରଣ ସମସ୍ତଙ୍କୁ  ନିଜର ବିଫଳତାର ପରିଣାମ ଭୋଗିବାକୁ ପଡିବ।  

   Related Posts