ଆମେରିକାକୁ ଦରକାର ହାଇଡ୍ରୋକ୍ଲୋରୋକ୍ୱିନ : ଭାରତ ଯୋଗାଇବ ଔଷଧ, କିନ୍ତୁ ଚୀନ ଭରସାରେ ୟୁଏସ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮/୦୪ : ଶେଷରେ ଆମେରିକାକୁ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧ ଯୋଗାଇବାକୁ ଭାରତ ରାଜି ହୋଇଛି | ଏପଟେ ଚୀନ ଓ ଆମେରିକା ମଧ୍ୟରେ ମନାନ୍ତର ବଢ଼ିବାରେ ଲାଗିଛି | ଏପଟେ ଆମେରିକାକୁ ମ୍ୟାଲେରିଆ ଔଷଧ ପାଇଁ ଚୀନ ଉପରେ ନିର୍ଭର କରିବାକୁ ପଡିବ |

ଭାରତ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ଲୋରୋକ୍ୱିନର ସବୁଠାରୁ ବଡ ଉତ୍ପାଦକ | ଦୁନିଆରେ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧର ମୋଟ ୭୦ ପ୍ରତିଶତ ଭାରତରେ ଉତ୍ପାଦନ ହୋଇଥାଏ | ମଙ୍ଗଳବାର ଦିନ ଆମେରିକା ସରକାର ଔଷଧ ପାଇଁ ଭାରତକୁ ସାହାଯ୍ୟ ମାଗିଥିଲେ | ଭାରତ ସରକାର ଆମେରିକାକୁ ଔଷଧ ଯୋଗାଇବା ପାଇଁ ରାଜି ହୋଇଛନ୍ତି | ଭାରତରେ ମାସକୁ ପ୍ରାୟ ୪୦ ଟନ ହାଇଡ୍ରୋ କ୍ଲୋରୋକ୍ୱିନ ଔଷଧ ଉତ୍ପାଦନ ହୋଇଥାଏ | ଅର୍ଥାତ ୨୦ ମିଲିଗ୍ରାମର ୨୦ କୋଟି ବଟିକା |

{"id":250684,"width":761,"height":507,"sizeSlug":"large"}

ଆମେରିକାର ଗୋଟିଏ ବର୍ଗ କରୋନା ପ୍ରସାର ପାଇଁ ଚୀନକୁ ଦାୟୀ କରିଛି | ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ମନାନ୍ତର ଚାଲିଛି | ଚୀନ କହିବାନୁଯାୟୀ ସେ ଧୀରେ ଧୀରେ କରୋନାରୁ ନିସ୍ତାର ପାଉଛି | କିନ୍ତୁ ଆମେରିକୀୟ ବିମାନ ଦକ୍ଷିଣ ଚୀନ ସାଗରରେ ଚୀନ ସୀମା ଅତିକ୍ରମ କରୁଛି | ଏପରି ପରିସ୍ଥିତିରେ ମ୍ୟାଲେରିଆ ବଟିକା ପାଇଁ ଆମେରିକାକୁ ଚୀନ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ |

ଆମେରିକା କାହିଁକି ଏହି ଔଷଧ ପାଇଁ ଭାରତ ଉପରେ ନିର୍ଭରଶୀଳ ଜାଣନ୍ତୁ : ମ୍ୟାଲେରିଆ, ଆର୍ଥ୍ରାଇଟିସ, ଏକ ପ୍ରକାର ଚର୍ମ ରୋଗ ପାଇଁ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧ ବ୍ୟବହୃତ ହୋଇଥାଏ | ଆମେରିକାରେ ଲୋକଙ୍କୁ ମ୍ୟାଲେରିଆ ହୁଏନାହିଁ ସେଥିପାଇଁ ସେଠାରେ ଏହି ଔଷଧ ଉତ୍ପାଦନ ମଧ୍ୟ ହୁଏନାହିଁ |

ଦୁନିଆର ସବୁଠାରୁ ବଡ ଔଷଧ ଉତ୍ପାଦକ ଦେଶ ହେଲା ଭାରତ | ଆମେରିକାକୁ ଅଧିକ ପରିମାଣର ଔଷଧ ଭାରତରୁ ଯାଇଥାଏ | ମ୍ୟାଲେରିଆର ସବୁଠାରୁ ଅସରଦାର ଓ ପୁରୁଣା ଔଷଧ ହେଲା କ୍ଲୋରୋକ୍ୱିନ | କିନ୍ତୁ ଏହାକୁ ଆଉ ଟିକେ ସୁଧାରି ହାଇଡ୍ରୋକ୍ଲୋରୋକ୍ୱିନ ତିଆରି କରାଯାଇଛି | ଏହାର ପାର୍ଶ୍ୱ ପ୍ରତିକ୍ରିୟା ବହୁତ କମ | ଏହା ଏନ୍ଟି ଭାଇରାଲ ହୋଇଥିବା ଯୋଗୁଁ ଏହାକୁ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି | ସେଥିପାଇଁ ଆମେରିକାରେ ଏହି ଔଷଧର ଚାହିଦା ବୃଦ୍ଧି ପାଇଛି |

ଭାରତକୁ ଏହି ଔଷଧର କଞ୍ଚାମାଲ ଚୀନରୁ ଆସିଥାଏ | ଭାରତର ଉତ୍ପାଦକ କମ୍ପାନୀ ଏହି ଔଷଧର ୭୦ ପ୍ରତିଶତ କଞ୍ଚାମାଲ ଚୀନରୁ ଆସିଥାଏ | କିନ୍ତୁ ଚୀନରେ କରୋନା ପ୍ରକୋପ ଯୋଗୁଁ ପର୍ଯ୍ୟାପ୍ତ ପରିମାଣର କଞ୍ଚାମାଲ ଉତ୍ପାଦ ହୋଇପାରୁନାହିଁ | କିନ୍ତୁ ବର୍ତ୍ତମାନ ଏହା ପୁଣି ଆରମ୍ଭ ହୋଇଯାଇଛି | ଅର୍ଥାତ ଏହି ଔଷଧର ଉତ୍ପାଦନ ପ୍ରାୟତଃ ଚୀନ ଉପରେ ନିର୍ଭର କରେ | ଚୀନରୁ କଞ୍ଚାମାଲ ଆସିଲେ ଭାରତ ଔଷଧ ଉତ୍ପାଦନ କରିବ ଏବଂ ଆମେରିକାକୁ ପଠାଇବ | ସେଥିପାଇଁ ଗତ ଫେବୃଆରୀ ମାସରେ ଚୀନରୁ ଆସୁଥିବା କଞ୍ଚାମାଲର ମୂଲ୍ୟ ୩ ଗୁଣ ବଢି ଯାଇଥିଲା |

ସୂଚନାଯୋଗ୍ୟ ଯେ, ଭାରତରେ ପ୍ରତିବର୍ଷ ହାଇଡ୍ରୋକ୍ଲୋରୋକ୍ୱିନର ପାଖାପାଖି ୨.୫ କୋଟି ବଟିକା ଆବଶ୍ୟକ ହୋଇଥାଏ | ଯଦି ବର୍ତ୍ତମାନ କରୋନା ପାଇଁ ଏହି ବଟିକା ବ୍ୟବହୃତ ହୁଏ ତାହେଲେ ଭାରତ ପାଖରେ ଉତ୍ପାଦନ କ୍ଷମତା ମଧ୍ୟ ଅଧିକ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.