Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା, ୨୪ ଘଣ୍ଟାରେ ୪୪୯୧ ଜୀବନ ନେଲା ଏହି ଭାଇରସ

17/04/2020 at 10:51 AM

ନ୍ୟୁୟର୍କ, ୧୭|୦୪:  ସାରା ବିଶ୍ୱ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଏଥିରୁ ମୁକୁଳି ପାରି ନାହିଁ । ଏଠାରେ ମାରାତ୍ମକ କରୋନା ଭାଇରସ ତାଣ୍ଡବ ରଚୁଛି । ଏଠାରେ ମୃତକଙ୍କ ସଂଖ୍ୟା ୩୨,୯୧୭ରେ ପହଁଚିଛି ।

ଜନସ୍ ହପକିଙ୍ଗସ୍ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଆମେରିକାରେ ୪୪୯୧ ଜଣ ପ୍ରାଣ ହରାଇଛନ୍ତି ।ଏହା ଗୋଟିଏ ଦିନରେ ମୃତ୍ୟୁବରଣ କରିଥିବା ସବୁଠାରୁ ଅଧିକ ସଂଖ୍ୟା । ମୃତକଙ୍କ ସଂଖ୍ୟାରେ ସେହି ମାମଲା ରହିଛି ଯାହା କୋଭିଡ-୧୯ ପାଇଁ ହୋଇଥିବା ଆଶଙ୍କା କରାଯାଉଛି । ଏହି ମାମଲାକୁ ପୂର୍ବ ସଂଖ୍ୟାରେ ସାମିଲ କରାଯାଇ ନଥିଲା । ଚଳିତ ସପ୍ତାହରେ ନ୍ୟୁୟର୍କ ସହର ମୃତକଙ୍କ ସଂଖ୍ୟା ମଧ୍ୟରେ ୩୭୭୮ ଲୋକଙ୍କ ମୃତ୍ୟୁ କରୋନା ପାଇଁ ହୋଇଥିବା ଅନୁମାନ କରାଯାଉଛି ବୋଲି ଘୋଷଣା କରିଥିଲା ।

କରୋନା ଭାଇରସ ପାଇଁ ଆମେରିକାରେ ସର୍ବାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏଠାରେ ମୋଟ ୬ ଲକ୍ଷ ୬୭,୮୦୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

   Related Posts