Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||

ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଲକଡାଉନ୍ ପାଇଁ ଫସି ରହିଥିବା ଆମେରିକୀୟ , ୟୁଏସ କହିଲା- ‘ଭାରତର ସହଯୋଗ ପାଇଁ ଏହା ସମ୍ଭବ ହୋଇଛି’

2/04/2020 at 5:46 PM

ଓ୍ୱାଶିଂଟନ, , ୦୨|୦୪:   ଭାରତରେ ଲକଡାଉନ୍ ପାଇଁ ଫସିଥିବା ଆମେରିକୀୟଙ୍କୁ ଉଦ୍ଧାର କରିବାକୁ ଆମେରିକା ସରକାର ଅଣ୍ଟାଭିଡିଛନ୍ତି । ଯେଉଁମାନେ ସ୍ୱଦେଶକୁ ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଆଣିବାକୁ ବ୍ୟବସ୍ଥା ଆରମ୍ଭ ହୋଇଛି । ଭାରତ ସରକାର ମଧ୍ୟ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇଛନ୍ତି ବୋଲି ଆମେରିକା ଉଚ୍ଚାୟୁକ୍ତ କହିଛନ୍ତି ।

ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଦେଶରେ ୩୦ ହଜାରରୁ ଅଧିକ ଆମେରିକୀୟ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । ୩୫୦ଟି ବିମାନ ଯୋଗେ ସେମାନଙ୍କୁ ଫେରସ୍ତ ଅଣାହେବ । ମଙ୍ଗଳବାର ଦିନ ୧୭୦ ଆମେରିକୀୟଙ୍କୁ ଭାରତରୁ ଫେରାଇ ନିଆଯାଇଥିବା ୟୁଏସ କନସ୍ୟୁଲାର୍ ଆଫେୟାର୍ସ୍ ଇଆନ୍ ବ୍ରୋନଲୀ କହିଛନ୍ତି । ନୂଆଦିଲ୍ଲୀ ଓ ମୁମ୍ବାଇରୁ ଆମେରିକୀୟଙ୍କୁ ସ୍ୱଦେଶକୁ ଅଣାଯାଇଥିବା ସେ କହିଛନ୍ତି । ଏପରି ୮୦ଟି ବିମାନ ଯୋଗେ ଫସି ରହିଥିବା ଅନ୍ୟମାନଙ୍କୁ ଉଦ୍ଧାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଭାରତ ସରକାର ଏ ଦିଗରେ ଆମେରିକାକୁ ସାହାଯ୍ୟ କରିଛନ୍ତି । ଫଳରେ ଫସି ରହିଥିବା ଆମେରିକୀୟଙ୍କୁ ଉଦ୍ଧାର କରାଯାଇପାରିଛି । ତେବେ ଆଫ୍ରିକାକୁ ନାଗରିକଙ୍କୁ ଉଦ୍ଧାର କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କାରଣ ସେଠାରେ ୫୭ଟି ବିମାନ ବନ୍ଦର ଥିବା ବେଳେ ୩୦ଟି ଅଚଳ ହୋଇ ପଡିଛି । ଯେଉଁମାନଙ୍କୁ ଉଦ୍ଧାର କରାଯାଇ ନାହିଁ ସେମାନେ ଦୂତାବାସ ସହ ଯୋଗାଯୋଗ କରିପାରିବେ ।

   Related Posts