Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପେଣ୍ଟାଗନ୍‌ର ରିପୋର୍ଟ : ଚୀନ୍ ଉପରେ ହମ୍‌ଲା ଆମେରିକାକୁ ପଡିପାରେ ମହଙ୍ଗା , ବେଜିଂର ରଣନୀତି ନେଇ ଟ୍ରମ୍ପଙ୍କୁ କଲେ ସଚେତନ

6/06/2020 at 11:21 AM

ଓ୍ୱାସିଂଟନ ୦୬।୦୬: ସାରାବିଶ୍ୱରେ ଏବେ କରୋନା ହାହାକାର ମତାଇଛି । ଯାହାକୁ ନେଇ ସାରାବିଶ୍ୱର ଏବେ ଚିନ୍ତାରେ ପଡିଯାଇଛି । କରୋନା ଭାଇରସ ବିରୋଧରେ ସାରାବିଶ୍ୱରେ ଲଢେଇ ଜାରି ରଖିଥିବା ବେଳେ ଅନ୍ୟ ପଟେ କରୋନାକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିଚାଲିଛି । ଏହି ଦୁଇଦେଶ ମଧ୍ୟରେ ତିକ୍ତତା ଏପରି ପରିମାଣରେ ବଢିଯାଇଛି ଯେ, ଯୁଦ୍ଧ ପରିସ୍ଥିତିରେ ଉଭୟ ଛିଡା ହୋଇଛନ୍ତି । ଏହି ଭଳି ପରିସ୍ଥିତିରେ ଉଭୟ ଆମେରିକା ଓ ଚୀନ୍‌ କଣ ଯୁଦ୍ଧ ପାଇଁ ପଦକ୍ଷେପ ଉଠାଇପାରିବେ ? । କରୋନା ଭାଇରସରେ ଯଦି ସବୁଠାରୁ ଅଧିକ କୌଣସି ଦେଶ କ୍ଷତିଗ୍ରସ୍ତ ହୋଇଥାଏ , ତେବେ ତାହାଲେ ସେ ଆମେରିକା । କରୋନା ନେଇ ଦେଶ ଚିନ୍ତାରେ ଥିବା ବେଳେ ଘରୋଇ ହିଂସା ମଧ୍ୟ ଦେଖାଇଦେଇଛି । ଏହିଭଳି କଠିନ ସମୟରେ ଆମେରିକାର ରକ୍ଷା ବିଭାଗ ଏକ ରିପୋର୍ଟ ଯାହା ଚିନ୍ତା ବଢାଇଦେଇଛି ।

ଆମେରିକା ରକ୍ଷା ବିଭାଗ ପେଣ୍ଟାଗନର ଏକ ରିପୋର୍ଟ ମୁତାବିକ , ୨୦୨୦ରେ ଯଦି ଏସିଆ ପାସିଫିକ୍‌ କାରଣରୁ ଆମେରିକା-ଚୀନ୍‌ର ବିବାଦ ସ୍ଥିତି ଉପୁଜେ। ତେବେ ଆଗକୁ ଯାଇ ଏହା ଯୁଦ୍ଧ ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଯୁଦ୍ଧରେ ଆମେରିକା ପରାଜୟର ମଧ୍ୟ କରିପାରେ ବୋଲି ଅନୁମାନ କରାଯାଉଛି । ଲକ୍ଷରୁ ଅଧିକ ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଦେଶରେ ଘରୋଇ ହିଂସା ଜାରି ରହିଛି । କିନ୍ତୁ ଆମେରିକା ରାଷ୍ଟ୍ରପତି ଚୀନ୍‌କୁ ସବକ୍‌ ଶିଖାଇବା ପାଇଁ ସର୍ବଦା ଟାର୍ଗେଟ କରିଆସିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମେ ଚୀନ୍‌କୁ ଘେରିବା ପାଇଁ ସମୁଦ୍ରରେ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଏହା ପରେ ଆର୍ଥିକ ପ୍ରତିବନ୍ଧ ମଧ୍ୟ ଲଗାଯାଇଛି । ଜାତିସଂଘ ଉପରେ କରୋନା ମାମଲାରେ ଚୀନ୍‌ର ଭୂମିକା ନେଇ ତଦନ୍ତ କରିବାକୁ ଆମେରିକା ଚାପ ପକାଇଛି ।

ସେହିପରି ଚୀନ୍‌ରେ ମଧ୍ୟ ଚାଲିଥିବା ହଂକ ଓ ତାଇଓ୍ୱାନର ଆନ୍ଦୋଳନକୁ ମଧ୍ୟ ଆମେରିକା ସମର୍ଥନ କରୁଛି । ଯାହାର ପରିସ୍ଥିତି ଏପରି ହୋଇଛି ଏବେ, ଉଭୟ ଦେଶ ଯୁଦ୍ଧ ସ୍ଥିତିରେ ମୁହାଁମୁହାଁ । କିନ୍ତୁ ଏଭଳି ସ୍ଥିତିରେ ଆମେରିକାର ରକ୍ଷା ବିଭାଗ ରିପୋର୍ଟ ଏବେ ଚିନ୍ତା ବଢାଇଦେଇଛି । ରିପୋର୍ଟ ଅନୁଯାୟୀ ଯଦି ଚୀନ୍ ସହିତ ଯୁଦ୍ଧ ହୁଏ , ତେବେ ଏହା ଆମେରିକା ପାଇଁ ଲାଭ ହେବ ନାହିଁ । ଏଭଳି ସ୍ଥିତିରେ ରକ୍ଷା ବିଭାଗ ଅନୁଯାୟୀ ଆମେରିକା ଚୀନ୍‌ ସହିତ ଯୁଦ୍ଧ କରିବା ନା ଚୀନ୍‌କୁ ଘେରିବା ପାଇଁ ଅନ୍ୟ ପନ୍ଥ ଆପଣାଇବ । ତାହା ଉପରେ ନଜର ଦିଆଯାଇପାରିବ ବୋଲି ଆକଳନ କରାଯାଉଛି ।

ଆମେରିକା ଚୀନ୍‌ ଉପରେ ପ୍ରଥମେ ଆର୍ଥିକ ପ୍ରତିବନ୍ଧ ଲଗାଇଛି । ସେହିପରି ଚୀନ୍‌ରୁ ଆସୁଥିବା ସମସ୍ତ ଉଡାଣ ଉପରେ ରୋକ ଲଗାଇବା ପାଇଁ ଘୋଷଣା ମଧ୍ୟ ହୋଇଛି । କିନ୍ତୁ ଆମେରିକାର ଏଭଳି ଘଟଣାକୁ ନେଇ ଚୀନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କରୋନା ଭାଇରସ ଆଳରେ ସାରାବିଶ୍ୱରେ ନିଜର ପତିଆରା ଦେଖାଇବାକୁ ଉଦ୍ୟମ କରୁଥିବା ଚୀନ୍‌ ପାଇଁ ଏବେ କଣ୍ଟା ସାଜିଛି ଆମେରିକା । ଆମେରିକାର ଆକ୍ରାତ୍ମକ ଭାବ ଯାହା ଚୀନ୍‌ ପାଇଁ ଚିନ୍ତା ବଢାଇଛି । ସେହିପରି ଅନ୍ୟପଟେ ଗୋଟିଏ ପଟେ ଆମେରିକ ସହିତ ଚୀନ୍‌ର ତିକ୍କତା ଲାଗିରହିଥିବା ବେଳେ ଭାରତ ସହିତ ସୀମା ବିବାଦ ଦେଖାଦେଇଛି । ଏକ ମାସରୁ ଅଧିକ ସମୟ ହେବ ଉଭୟ ଦେଶଙ୍କ ମଧ୍ୟରେ ବିବାଦ ଲାଗିରହିଛି ।

ପେଣ୍ଟାଗନ ରିପୋର୍ଟ ମୁତାବିକ, ଯଦି ଚୀନ୍‌ ତାଇଓ୍ୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ମଧ୍ୟ ଏଥିରୁ ବର୍ତ୍ତିବ ନାହିଁ । ପ୍ରଶାନ୍ତ ମହାସାଗରରେ ଆମେରିକା ବହୁତ ଭାବି ଚିନ୍ତି ନିଜ ସୈନ୍ୟ ଆଡ୍ଡା  ମଧ୍ୟ ପ୍ରସ୍ତୁତ କରିଛି । ଗୁଆମ ଦ୍ୱୀପ ଆମେରିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଆମେରିକା ନିଜର ସବୁଠାରୁ ଭୟାନକ  ଓ ଆଧୁନିକ ଯୁଦ୍ଧ ବିମାନ B2 ବମ୍ବର ମୁତୟନ ରଖିଛି । କିନ୍ତୁ ଗୁଆମ ଦ୍ୱୀପଟି ଚୀନ୍‌ର ବାଲିଷ୍ଟିକ୍‌ ମିସାଇଲ୍‌ ରେଞ୍ଜରେ ଆସୁଛି । ସେପଟେ ଚିନ୍‌ ମଧ୍ୟ ତାଇଓ୍ୱାନ ଉପରେ ଚାପ ପକାଇବା ଆରମ୍ଭ କରିସାରିଲାଣି । କେବଳ ଏତିକି ନୁହେଁ , ଚିନ୍‌ ତାଇଓ୍ୱାନ ସୀମାରେ ବଡ ବଡ ସୈନ୍ୟଭାସ ମଧ୍ୟ କରୁଛି ।  ଚୀନ୍‌ର ଏପରି ଚାଲ୍‌ ଦେଖି ଆମେରିକା ମଧ୍ୟ ପ୍ରସ୍ତୁତ ହୋଇରହିଛି । ଚୀନ୍‌କୁ କାବୁ କରିବା ଓ ତାଇଓ୍ୱାନକୁ ତା ଆକ୍ରମଣରୁ ରକ୍ଷାକରିବା ପାଇଁ ଆମେରିକା ରାଷ୍ଟ୍ରପତି ସୁପର-ଡୁପର ମିଶାଇଲ ପ୍ରସ୍ତୁତ କରିବା ପାଇଁ ଧମକ ମଧ୍ୟ ଦୋଇଛନ୍ତି।

କଣ ଏହି ସୁପର-ଡୁପର କ୍ଷେପଣାସ୍ତ୍ର…

ଟ୍ରମ୍ପ କହିଥିବା କ୍ଷେପଣାସ୍ତ୍ରଟି ଶବ୍ଦର ଗତିଠାରୁ ୧୭ ଗୁଣ ଅଧିକ ଦ୍ରୁତ ଗତିରେ ଆକ୍ରମଣ କରିପାରିବ। ଆଜି ପର୍ଯ୍ୟନ୍ତ ଏହା ଦୁନିଆର ସବୁଠାରୁ ଦ୍ରୁତତମ ହାଇପରସୋନିକ୍ କ୍ଷେପଣାସ୍ତ୍ର ହେବ। ଏହି କ୍ଷେପଣାସ୍ତ୍ରଗୁଡିକ ଉଭୟ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ସହିତ ସଜ୍ଜିତ ହେବ । ଉତକ୍ଷେପଣ ପରେ ଏହା ପୃଥିବୀର କକ୍ଷପଥରୁ ବାହାରକୁ ଯାଇ ଟାର୍ଗେଟକୁ ନଷ୍ଟ କରେ | ହାଇପରସୋନିକ୍ କ୍ଷେପଣାସ୍ତ୍ରର ଉଚ୍ଚ ଗତି ହେତୁ ରାଡାରଗୁଡିକ ଧରିବାରେ ସକ୍ଷମ ନୁହଁନ୍ତି । ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ପରି ଏହା ଏହାର ଦିଗକୁ ଯାଇପାରେ | ରୁଷ ପାଖରେ ୫ଗୁଣା ଓ ଚୀନ୍‌ ପାଖରେ ୬ ଗୁଣ ଦ୍ରୁତ କ୍ଷେପଣାସ୍ତ୍ର ଉପରେ କାମ କରୁଛି।

କିନ୍ତୁ ଏହାକୁ ପ୍ରସ୍ତୁତ ନକରି ଏହି ହାଇପରସୋନିକ୍ ଘୋଷଣା କରିବା ଆମେରିକାର ଶକ୍ତି ନୁହେଁ ବରଂ ଏହାର ଭୟ ଦେଖାଉଛି | କାରଣ ସେ ଅନୁଭବ କରୁଛନ୍ତି ଯେ ଚୀନ୍ ଅତୀତରେ ଗୁପ୍ତ ଭାବରେ ନିଜର ଶକ୍ତି ବୃଦ୍ଧି କରିଛି। ପେଣ୍ଟାଗନ୍ ରିପୋର୍ଟ ଅନୁଯାୟୀ, ଏସିଆ ପ୍ରଶାନ୍ତ ମହାସାଗରରେ ବର୍ତ୍ତମାନ ସମୟରେ ଯୁଦ୍ଧ କରିବା ଆମେରିକା ପାଇଁ ପରାଜୟର ସହିତ ସମାନ। ତେଣୁ ଆମେରିକା ଚୀନ୍ ଉପରେ ଚାପ ପକାଇବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଯାହାଫଳରେ ସାପ ମଧ୍ୟ ମରିଯାଏ ଏବଂ ବାଡ଼ି  ମଧ୍ୟ ଭାଙ୍ଗିବନି ।

   Related Posts