ଆମେରିକୀୟ ଚାନେଲର ଦାବି: ବୁହାନ ଲ୍ୟାବରେ ଚୀନ ତିଆରି କରିଛି କରୋନା ଭାଇରସ, ଯେଉଁଠାରୁ ସଂକ୍ରମଣ ଆରମ୍ଭ ହୋଇଥିଲା ସେଠାରେ ବିକ୍ରି ହୁଏନାହିଁ ବାଦୁଡ଼ି

Published By : Prameya-News7 Bureau | April 17, 2020 IST

ୱାସିଂଟନ ୧୭/୦୪ : ବିଶ୍ୱ ମହାମାରୀ କରୋନା ପୁରା ଦୁନିଆରେ କାୟା ବିସ୍ତାର କରିବା ପରେ ଚୀନ ଉପରେ ନାନା ପ୍ରଶ୍ନ ଉଠିଛି | ଏକ ଆମେରିକୀୟ ଚାନେଲ ଦାବି କରିଛି ଯେ ଚୀନର ବୁହାନ ସ୍ଥିତ ଏକ ଲ୍ୟାବରେ କରୋନା ଭାଇରସ ସୃଷ୍ଟି କରାଯାଇଛି | ଭାଇରସ ସୃଷ୍ଟି ପଛରେ ଚୀନର ଏକ ବିଶେଷ ଉଦ୍ଦେଶ୍ୟ ରହିଛି ବୋଲି ଚାନେଲ ଦାବି କରିଛି |

କଣ ଏହି ଦାବି ଜାଣନ୍ତୁ
ଆମେରିକୀୟ ଚାନେଲ ଫକ୍ସ ନ୍ୟୁଜ ଗୁରୁବାର ଦିନ ଏକ ରିପୋର୍ଟରେ ଦାବି କରିଛି ଯେ ଚୀନ ବୁହାନ ଲ୍ୟାବରେ ଏହି ଭାଇରସକୁ ଜନ୍ମ ଦେଇଛି | ଚୀନ ପ୍ରମାଣ କରିବାକୁ ଚାହୁଁଥିଲା ଯେ ଚୀନର ବୈଜ୍ଞାନିକ କୌଣସି ଗୁଣରେ ଆମେରିକୀୟ ବୈଜ୍ଞାନିକଙ୍କ ଠାରୁ କମ ନୁହନ୍ତି | ଚୀନ ଭୟାବହ ଭାଇରସ ଜନ୍ମ ଦେଇପାରେ ବୋଲି ପ୍ରମାଣ କରିବାକୁ ଚାହୁଁଥିଲା | କେବଳ ସେତିକି ନୁହେଁ ଏହିଭଳି ଭୟଙ୍କର ଭାଇରସରୁ ଆମେରିକା ତୁଳନାରେ ବହୁତ ଭଲ ଭାବେ ନିଜକୁ ଉଦ୍ଧାର ମଧ୍ୟ କରିପାରେ | ତେବେ କରୋନା ଭାଇରସ ସୃଷ୍ଟିରେ ଚୀନର ଏହା ଏବେ ସୁଦ୍ଧାର ସବୁଠାରୁ ମହଙ୍ଗା ଓ ଗୋପନୀୟ ଯୋଜନା ବୋଲି ଫକ୍ସ ନ୍ୟୁଜ ଦାବି କରିଛି |

ସୂତ୍ରରେ କୁହାଯାଇଛି ଯେ, ଡାକ୍ତରଙ୍କ ପ୍ରୟାସ ଏବଂ ଭାଇରସକୁ ପ୍ରାରମ୍ଭରେ ଲ୍ୟାବରେ ରୋକିବା ସମ୍ବନ୍ଧୀୟ ଦସ୍ତାବେଜ ଅଧ୍ୟୟନରେ ଅନେକ ତଥ୍ୟ ସାମ୍ନାକୁ ଆସିଛି | ଏଥିରେ ଏକ ମୁଖ୍ୟ ତଥ୍ୟ ହେଲା ବୁହାନର ଯେଉଁ ବଜାରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ସେହି ବଜାରରେ ବାଦୁଡ଼ି ହିଁ ବିକ୍ରି ହୁଏନାହିଁ |

କରୋନା ଭାଇରସ ବିସ୍ତାର ହେବାପରେ ଚୀନ ଆଉ ଏକ ଷଡଯନ୍ତ୍ର ରଚିଥିଲା | ସେ ଜାଣିଶୁଣି ପଶୁ ବଜାରରୁ ଭାଇରସ ବିସ୍ତାର ହେବା କଥା ପ୍ରଚାର କରିଥିଲା ଯେପରିକି ଲ୍ୟାବରେ ଭାଇରସ ସୃଷ୍ଟି କଥା ଲୁଚିଯିବ | ଭାଇରସ ଜରିଆରେ ଚୀନ ଆମେରିକା ଓ ଇଟାଲୀକୁ ଟାର୍ଗେଟ କରିବାକୁ ଚାହୁଁଥିଲା ବୋଲି ଦାବି କରାଯାଇଛି |
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ କହିଥିଲେ ଯେ କରୋନା ବୁହାନ ଲ୍ୟାବରୁ ଦୁର୍ଘଟଣାବଶତଃ ଲୋକଙ୍କ ମଧ୍ୟରେ ବିସ୍ତାର କରିଛି ନାଁ ଜାଣିଶୁଣି ଭାଇରସ ସାରା ଦୁନିଆରେ ବିସ୍ତାର କରାଯାଇଛି ତାହା ଆମେରିକା ନିଶ୍ଚୟ ପତା କରିବ | ସେପଟେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିୟୋ ପୂର୍ବରୁ କହିଥିଲେ ଯେ ଚୀନକୁ ପ୍ରକାଶ କରିବାକୁ ହେବ ଯେ ଭାଇରସ କିପରି ସବୁଆଡେ ବିସ୍ତାର କଲା |

ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଭିଯୋଗ ପରେ ଗୁରୁବାର ଦିନ ଚୀନ ନିଜର ପକ୍ଷ ରଖିଛି | ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିୟନ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ପଷ୍ଟ କରିସାରିଛି ଯେ କରୋନା ଭାଇରସ ବୁହାନ ଲ୍ୟାବରେ ସୃଷ୍ଟି କରାଯାଇଥିବା କୌଣସି ପ୍ରମାଣ ନାହିଁ |

ଏହା ପୂର୍ବରୁ ଆମେରିକୀୟ ବୈଦେଶିକ ବିଭାଗ କହିଥିଲେ ଯେ ଚୀନର ସିଟିବିଟି ଚୁକ୍ତି ପାଳନ କରିବା ଦାବି ପରେ ମଧ୍ୟ ଗୁପ୍ତ ଭାବେ ପରମାଣୁ ପରୀକ୍ଷଣ କରିଥାଇପାରେ | କାରଣ ଚୀନର ପରମାଣୁ ପରୀକ୍ଷଣ ସ୍ଥଳ ଲୋପ ନୁରରେ ଗତବର୍ଷ ବହୁତ ଉତ୍ତେଜନା ଦେଖା ଦେଇଥିଲା | ତେବେ ଯଦି ଚୀନ ପରମାଣୁ ପରୀକ୍ଷଣ କରିଥିବା ତାର କ୍ଷମତା କମ ହୋଇଥାଇପାରେ କିନ୍ତୁ ଏହି ଦାବି ପରେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଚାପଗ୍ରସ୍ତ ହୋଇପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.