Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଶିଶୁଙ୍କ ପାଇଁ ଭୟଙ୍କର ତୃତୀୟ ଲହର ! ଆମେରିକାରେ ଲକ୍ଷ ଲକ୍ଷ ଆକ୍ରାନ୍ତ ହେଲେଣି, ୫୨୦ ମୃତ

10/09/2021 at 9:54 AM

ନ୍ୟୁୟର୍କ, ୧୦।୦୯ :  ତୃତୀୟ ଲହରକୁ ନେଇ ସାରା ବିଶ୍ୱ ଆତଙ୍କିତ । ତୃତୀୟ ଲହରରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଯାହାର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି । ଏବେ ଆମେରିକାର ବିଭିନ୍ନ ହସ୍ପିଟାଲରେ ୨୩୯୬ ଶିଶୁ ସଂକ୍ରମିତ ହୋଇ ଚିକିତ୍ସିତ ହେଇଛନ୍ତି । ଗତ ସପ୍ତାହେ ହେଲା ୨ ଲକ୍ଷ ୫୦ ହଜାରରୁ ଅଧିକ ଶିଶୁ ସଂକ୍ରମିତ ହେଲେଣି । କରୋନା ଆରମ୍ଭରୁ ଗୋଟିଏ ସପ୍ତାହରେ ଏତେ ସଂଖ୍ୟକ ଶିଶୁ ସଂକ୍ରମିତ ହେବା ପ୍ରଥମ ଘଟଣା ।

ଆମେରିକାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୬ ପ୍ରତିଶତ କେବଳ ଶିଶୁ ଅଟନ୍ତି । ଗତ ମାସେ ହେଲା ୭ ଲକ୍ଷରୁ ଅଧିକ ଶିଶୁ ସଂକ୍ରମିତ ହେଲେଣି । ୫୨୦ ଜଣ ପ୍ରାଣ ହରାଇଇେଣି । ଯାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ।

ଅଗଷ୍ଟ ୨୦୨୦ ପରଠୁ ଆମେରିକାର ବିଭିନ୍ନ ହସ୍ପିଟାଲରେ ୫୫ ହଜାର ଶିଶୁ ଭର୍ତ୍ତି ହୋଇଥିଲେ । ଏବେ କିନ୍ତୁ ଅଧିକରୁ ଅଧିକ ଭର୍ତ୍ତି ହେଉଛନ୍ତି । ସ୍କୁଲ ଖୋଲିବା ସହ ଡେଲଟା ଭାରିଏଣ୍ଟ କାରଣରୁ ଏତେ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଡର୍ବିଂ ମେଡିକାଲ ସେଣ୍ଟରର ଗବେଷକ ଡ. ଏଡିଥ୍ ବ୍ରାଚୋ ସାଞ୍ଚେଜ୍ କହିଛନ୍ତି ଯେ, ମାମଲା ଅତି ଚିନ୍ତାଜନକ ଅଟେ । ସ୍କୁଲ ବନ୍ଦ କଲେ କିଛି ମାତ୍ରାରେ ସଂକ୍ରମଣ କମିପାରେ । ତେବେ ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ୪୬.୪ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ସେମାନଙ୍କଠାରେ ପୂର୍ବରୁ କୌଣସି ରୋଗ ମଧ୍ୟ ନାହିଁ । କିନ୍ତୁ ସଂକ୍ରମିତ ଶିଶୁ ମଲ୍ଟି ଇମ୍ପ୍ଲ୍ରାମେଣ୍ଟାରି ସିଣ୍ଡ୍ରୋମ୍-ସିରେ ଆକ୍ରାନ୍ତ ହେଉଛନ୍ତି । ଏଥିରେ ଆକ୍ରାନ୍ତ ହେଲେ ମୃତ୍ୟୁ ହାର ୪୧ ପ୍ରତିଶତ ରହିଥାଏ । ଏହା ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଏ ବୋଲି ଜଣାପଡିଛି ।

   Related Posts