କରୋନାରେ ସଂଘର୍ଷ କରୁଥିବା ଆମେରିକା-କାନାଡାରେ ବ୍ୟାପିଲା ଆଉ ଏକ ରହସ୍ୟମୟ ରୋଗ

Published By : Prameya-News7 Bureau | August 17, 2020 IST

କାର୍ଲିଫର୍ଣ୍ଣିଆ ୧୭।୦୮: ମହାମାରୀ କରୋନାରେ ସଂଘର୍ଷ କରୁଥିବା ଆମେରିକା ଓ କାନାଡାରେ ସଂପ୍ରତି ଆଉ ଏକ ରହସ୍ୟମୟୀ ରୋଗ ଘେରରେ। ଦୁଇ ଦେଶରେ ପ୍ରାୟ ୫୦୦ରୁ ଅଧିକ ଲୋକ ‘ସାଲମୋନେଲା’ ନାମରେ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି। ଆମେରିକାର ରୋଗ ନିୟନ୍ତ୍ରଣ ଓ ରୋକଥାମ କେନ୍ଦ୍ର ଅନୁଯାୟୀ କାର୍ଲିଫର୍ଣ୍ଣିଆରେ ଉତ୍ପାଦନ ଲାଲ ପିଆଜ ଏହି ରୋଗର ବଡ କାରଣ ହୋଇପାରେ।

ସିଡିସି ଅନୁଯାୟୀ ଏ ପର୍ଯ୍ୟନ୍ତ ଆମେରିକାର ୫୦ ମଧ୍ୟରୁ ୩୪ ରାଜ୍ୟରେ ଏହି ରୋଗରେ ୩୯୬ ପୀଡିତ ସାମ୍ନାକୁ ଆସିଲେଣି। ଯେଉଁଥିରେ ୫୯ ଲୋକ ହସ୍ପିଟାଲରେ ଭର୍ତ୍ତି। ପ୍ରଶାସନର ଯାଞ୍ଚ ଅନୁଯାୟୀ ଏଥିରୁ ଅଧିକାଂଶ ଲୋକ ଲାଲ, ହଳଦିଆ ଓ ଧଳା ପିଆଜ ଖାଇଥିଲେ। ଏହି ଦୂଷିତ ପିଆଜର ଯୋଗାଣ ଥମସନ ଇଣ୍ଟରନ୍ୟାସନାଲ କମ୍ପାନୀ କରିଥିଲେ। ୟୁଏସ ଖାଦ୍ୟ ଓ ଔଷଧ ପ୍ରଶାସନ ଓ ସିଡିସି ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନେ ଥମସନ ଇଣ୍ଟରନ୍ୟାସନାଲ କମ୍ପାନୀର କୌଣସି ବି ପିଆଜ ସେବନ ନ କରନ୍ତୁ। ଯଦି କେହି ପିଆଜ ସେବନ କରନ୍ତି ଏବଂ ରୋଗ ଲକ୍ଷଣ ଦେଖିବାକୁ ମିଳେ ତେବେ ତୁରନ୍ତ ତାଙ୍କୁ ନିକଟତର ଡାକ୍ତର କିମ୍ବା ହସ୍ପିଟାଲ ସହ ଯୋଗାଯୋଗ କରନ୍ତୁ।

ସିଡିସି ଟ୍ଵିଟ୍ କରି କହିଛି ଲୋକ ଏହି ରୋଗରୁ ବଞ୍ଚିବା ପାଇଁ ନିଜର ରୋଷେଇ ଘରୁ ଥମସନ ଇଣ୍ଟରନ୍ୟାସନାଲର ଲାଲ, ହଳଦିଆ ଓ ମିଠା ପିଆଜ କାଢି ଦିଅନ୍ତୁ। ସିଡିସି କହିଛି ସାଲମୋନଲ ବ୍ୟାକ୍ଟେରିଆ ଅନେକ ପଶୁଙ୍କ ଶରୀରରେ ରହିଥାଏ। ଆମେରିକାରେ ପ୍ରାୟ ପ୍ରତି ବର୍ଷ ୪୨୦ ଜଣଙ୍କ ମୃତ୍ୟର କାରଣ ପାଲଟିଥାଏ। ଏହି ବ୍ୟାକ୍ଟେରିଆ  କାରଣରୁ ପ୍ରତି ବର୍ଷ ଆମେରିକା ଓ କାନାଡାରେ  ପ୍ରାୟ ୧.୩୫ ମିଲିୟନ ଲୋକ ପେଟ ସଂକ୍ରମଣର ଶିକାର ପାଲଟିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.