Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

କରୋନା ସଙ୍କଟ ମଧ୍ୟରେ ପାକିସ୍ତାନକୁ ୬୦ ଲକ୍ଷ ଡଲାର ଆର୍ଥିକ ସହାୟତା ଘୋଷଣା କଲା ଆମେରିକା

25/05/2020 at 10:07 AM

ନୂଆଦିଲ୍ଲୀ ୨୫/୦୫ : କରୋନା ସ୍ଥିତିର ମୁକାବିଲା ପାଇଁ ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଛି ଆମେରିକା | ପାକିସ୍ତାନକୁ ୬୦ ଲକ୍ଷ ଡଲାର ଆର୍ଥିକ ସାହାଯ୍ୟ କରିବାକୁ ଆମେରିକା ଘୋଷଣା କରିଛି | ପାକିସ୍ତାନରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ପାଲ ଜନ୍ସ ଭିଡିଓ ମେସେଜ ଜରିଆରେ କହିଛନ୍ତି ଯେ, ଏହି ଅର୍ଥ ପାକିସ୍ତାନର ସ୍ୱାସ୍ଥ୍ୟକର୍ମୀଙ୍କୁ ଓ ପ୍ରଶିକ୍ଷଣ ପାଇଁ ଯେଉଁମାନେ ହସ୍ପିଟାଲରେ କରୋନା ପୀଡିତନ୍କ ଚିକିତ୍ସା କରୁଛନ୍ତି | ହସ୍ପିଟାଲରେ କରୋନା ଭାଇରସ ବିସ୍ତାରକୁ ମଧ୍ୟ ରୋକାଯିବ | ଏହାଛଡା ସଂକ୍ରମିତ ଅଞ୍ଚଳରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ଯାଞ୍ଚ ପାଇଁ ଏହି ଅର୍ଥରେ ମୋବାଇଲ ପ୍ରୟୋଗଶାଳା ତିଆରି କରାଯିବ |

ଆମେରିକୀୟ ରାଷ୍ଟ୍ରଦୂତ ଜନ୍ସ ପାକିସ୍ତାନ ନାଗରିକଙ୍କୁ ଇଦ-ଉଲ-ଫିତରର ଶୁଭକାମନା ମଧ୍ୟ ଦେଇଛନ୍ତି | ରମଜାନ ମାସ ସମ୍ପୂର୍ଣ ହେବାପରେ ସେ ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ନିକଟରେ ଜନ୍ସ ଇସ୍ଲାମଵାଦକୁ ଚିକିତ୍ସା ଉପକରଣ ଯୋଗାଇଥିବା ନେଇ ଇସ୍ଲାମଵାଦକୁ ଧନ୍ୟବାଦ ଜଣାଇଛନ୍ତି | ଏହି ସହାୟତା ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱ ଓ ବୁଝାମଣା ପ୍ରତିଷ୍ଠା କରିବ ବୋଲି ସେ କହିଛନ୍ତି |  

   Related Posts