Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଜଳୁଛି ଆମେରିକା, ୪୦ ସହରରେ କର୍ଫ୍ୟୁ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଣ୍ଡରଗ୍ରାଉଣ୍ଡ…

1/06/2020 at 7:05 PM

ୱାଶିଂଟନ୧/୬: ଜଳୁଛି ଆମେରିକା। କେଉଁଠି ବିଲ୍ଡିଂ ତ କେଉଁଠି କାର୍ ଜଳୁଛି । ବୋଷ୍ଟନରୁ ଲସଆଞ୍ଜେଲସ, ସିକାଗୋରୁ ନ୍ୟୁୟର୍କ କି ୱାଶିଂଟନ ସବୁଠି ଉଗ୍ର ହୋଇଛି ହିଂସା । ମୁହାଁମୁହିଁ ବିକ୍ଷୋଭକାରୀ ଏବଂ ସୁରକ୍ଷାକର୍ମୀ। ୱାଶିଂଟନ ଡିସି ସମେତ ୪୦ ସହରରେ କର୍ଫ୍ୟୁ। ହାତରେ ପୋଷ୍ଟର ଧରି ରାସ୍ତାରେ ମାଡି ଚାଲିଛନ୍ତି ହଜାର ହଜାର ଜନତା। ନ୍ୟାୟ ଦାବିରେ ସୁରକ୍ଷାକର୍ମୀଙ୍କ ସହ ମୁହାମୁହିଁ ସାଧାରଣ ଜନତା। ଏପଟେ ଏସବୁ ଘଟଣା ପାଇଁ ଆମେରିକା ଚୀନ୍‌କୁ ଦାୟି କରୁ୍‌ଥିବା ବେଳେ ଚୀନ୍ ମଧ୍ୟ ଆମେରିକାକୁ ଦାୟି କରିଛି।

ମିନିଆପଲିସରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ସାରା ଆମେରିକାରେ ଏମିତି ନିଆଁ ଜଳୁଛି। ଜର୍ଜ ଫ୍ଲଏଡଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗରେ ଚାଲିଛି ବିକ୍ଷୋଭ, ବିରୋଧ ଏବଂ ପୋଡାଜଳା । ଏକ ଜାଲିଆତି ଅଭିଯୋଗରେ ତଦନ୍ତକାରୀ ପୋଲିସ ଜର୍ଜ ଫ୍ଲଏଡଙ୍କୁ ଗିରଫ କରିଥିଲା। କିନ୍ତୁ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଫ୍ଲଏଡଙ୍କ ଗଳା ଉପରେ ପୋଲିସ ଆଣ୍ଠୁ ଚାପି ରଖିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସ ଏହାକୁ ଅସ୍ବୀକାର କରିଥିଲେ ବି ଲୋକେ କିନ୍ତୁ ଏହାକୁ ଶୁଣିବାକୁ ନାରାଜ । ଘଟଣା ସହ ଜଡିତ ଚାରି ଜଣ ପୋଲିସ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ତଥାପି ପ୍ରତିବାଦ ଥମିନି ।

ସାରା ଆମେରିକାକୁ ବ୍ୟାପିଛି ହିଂସା। ୪ ଦିନ ହେଲା ବେକାବୁ ସ୍ଥିତି । ହ୍ବାଇଟ ହାଉସ ବାହାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ହଜାର ହଜାର ପ୍ରତିବାଦକାରୀ ହ୍ବାଇଟ ହାଉସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଟେକାପଥର ମାଡ କରିଥିଲେ । ନାରାବାଜି କରି ହ୍ବାଇଟ୍ ହାଉସ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଉତ୍ତକ୍ତ୍ୟ ଲୋକଙ୍କୁ ନିୟନ୍ତ୍ରଣ କରିବା ସୁରକ୍ଷା କର୍ମୀଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିଥିଲା । ସ୍ଥିତି ଏମିତି ହେଲା ଯେ ହ୍ବାଇଟ୍ ହାଉସର ଗୁଇନ୍ଦା ଏଜେଣ୍ଟ ବିବ୍ରତ ହୋଇ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ନେଇଯାଇଥିଲେ । ଆତଙ୍କୀ ଆକ୍ରମଣ ଭଳି ଜରୁରୀ ପରିସ୍ଥିତି ନିମନ୍ତେ ତିଆରି ହୋଇଥିବା ଏହି ବଙ୍କରରେ ଘଣ୍ଟାଏ ଧରି ରହିଥିଲେ ଟ୍ରମ୍ପ । ସ୍ଥିତି ସୁଧୁରିବା ପରେ ଟ୍ରମ୍ପଙ୍କୁ ବଙ୍କରରୁ ବାହାରକୁ ଅଣାଯାଇଥିଲା ।

ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ପୁଅ ବେରନଙ୍କୁ ମଧ୍ୟ ବଙ୍କରକୁ ନିଆଯାଇଥିଲା । ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଜର୍ଜଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଦିଗହରା କରାଯାଇଛି । ହିଂସା ପାଇଁ ଆଣ୍ଟିଫା ନାମକ ବାମପନ୍ଥୀ ସଂଗଠନଗୁଡିକୁ ଦାୟୀ କରିଛନ୍ତି ଟ୍ରମ୍ପ। ଗୋଟିଏ ପଟେ ହଂକଂରେ ହେଉଥିବା ବିକ୍ଷୋଭ ପାଇଁ ଆମେରିକାକୁ ଚୀନ ଦାୟୀ କରୁଥିବା ବେଳେ ଆମେରିକାରେ ବ୍ୟାପିଥିବା ହିଂସା ପଛରେ ଚୀନର ହାତ ଥିବା କିଛି ସମାଲୋଚନା କରିଛନ୍ତି। ଅପରପକ୍ଷରେ ଆମେରିକାରେ ବ୍ୟାପିଥିବା ଅନ୍ଦୋଳନ ପାଇଁ ଟ୍ରମ୍ପ ପ୍ରଶାସନକୁ ପରିହାସ କରିଛି ଚୀନ।

   Related Posts