ଚାଇନାକୁ ଚେକ୍ ଦେବେ ଆମେରିକା ଓ ତାଇଓ୍ୱାନ, ଭାଙ୍ଗିବ ବେଜିଂର ଦର୍ପ

Published By : Prameya-News7 Bureau | April 15, 2021 IST

ତାଇପୋଇ, ୧୫/୪:  ଚାଇନାକୁ କାଉଣ୍ଟର ଦେବାକୁ ତାଇଓ୍ୱାନର ସ୍ୱତନ୍ତ୍ର ରଣନୀତି । ଆମେରିକା ସହ ମିଳିତ ଭାବେ ଚୀନକୁ ଦେବ ଚେକ୍ । ଏନେଇ ତାଇଓ୍ୱାନ ରାଷ୍ଟ୍ରପତି ସାଇଇଙ୍ଗ୍ ଓ୍ୱେନ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି । ଆମେରିକା ପ୍ରତିନିଧିଙ୍କ ତାଇପୋଇ ଗସ୍ତ ବେଳେ ଉଭୟ ଦେଶ ଏକାଠି ହୋଇ ଚୀନର ଆଧିପତ୍ୟକୁ ଚେକ୍ ଦେବା ଯୋଜନା ପ୍ରସ୍ତୁତ କରିବା ନେଇ ସେ ବାଇଡେନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।

ସୂଚନାନୁସାରେ, ଆମେରିକାର ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ସମେତ, ୟୁଏସ ସିନେଟର୍ କ୍ରିସ୍ ଡୋଡ୍, ପୂର୍ବତନ ଡେପୁଟୀ ସେକ୍ରେଟାରୀ ରିଚାର୍ଡ ଆର୍ମିଟେଜ୍ ଓ ଜେମସ୍ ଷ୍ଟେନବର୍ଗ ତାଇପୋଇ ଗସ୍ତ କରିଛନ୍ତି । ଏହାସହ ବିଶ୍ୱକୁ ଆମେରିତା ତାଇଓ୍ୱାନ ସହ ସଦାବେଳେ ରହିଥିବା ନେଇ ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ଓ୍ୱେନ୍ ଆମେରିକୀୟ ଅଧିକାରୀଙ୍କ ସହ ବୈଠକରେ କହିଛନ୍ତି ଯେ, ଚାଇନାର ଗତିବିଧି ଆଞ୍ଚଳିକ ଶାନ୍ତି ଭଙ୍ଗ କରୁଛି । ଏହାକୁ ରୋକାଯିବା ଆବଶ୍ୟକ । ତାଇଓ୍ୱାନ ଆମେରିକା ଭଳି ସମାନ ବିଚାରଧାର ଦେଶ ସହ କାମ କରିବାକୁ ପ୍ରସ୍ତୁତ ।ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶ ଏକାଠି ହେବା ଆବଶ୍ୟକ । ଏହି ବୈଠକ ସମ୍ପୂର୍ଣଣ ଭାବେ ଫେସବୁକ୍ ମାଧ୍ୟମରେ ଲାଇଭ୍ କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ, ଆମେରିକା ସହ ଅତିଶୀଘ୍ର ବାଣିଜ୍ୟ ସମ୍ବନ୍ଧୀୟ କଥାବାର୍ତ୍ତା ଆରମ୍ଭ ହେବ ।

ତାଇଓ୍ୱାନ ହେଉଚି ଚୀନର ମୁଖ୍ୟ ପ୍ରସଙ୍ଗ । ତାଇଓ୍ୱାନ ଚୀନଠୁ ଅଲଗା ହୋଇତିବା ଦାବି କରୁଥିବା ବେଳେ ଚୀନ କିନ୍ତୁ ଏହାକୁ ମାନୁନାହିଁ । ଅଧିକାଂଶ ସମୟରେ ତାଇଓ୍ୱାନକୁ ଆକ୍ରମଣର ଭୟ ଦେଖାଉଚି ବେଜିଂ । ଆମେରିକା ତାଇଓ୍ୱାନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା ପାଇଁ ପ୍ରୟାସ ଜାରି ରଖିଛି । ଆମେରିକୀୟ ଅଧିକାରୀଙ୍କ ତାଇଓ୍ୱାନ ଗସ୍ତ ଚାଇନାକୁ ଚେତାବନୀ ସଦୃଶ ବୋଲି ୟୁଏସର ଜଣେ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଚାଇନା ବୁଧବାର ତାଇଓ୍ୱାନ ନିକଟରେ କରିଥିବା ନିଜର ସମରାଭ୍ୟାସକୁ ସାଧାରଣ କହିବା ସହ ଓ୍ୱେନଙ୍କ ସହ ୟୁଏସ ଅଧିକାରୀଙ୍କ ବୈଠକ ଅଧିକ ତିକ୍ତତା ସୃଷ୍ଟି କରିବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.