Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଶନିବାର ଶପଥ ନେବ ତାଲିବାନ ସରକାର, ୯/୧୧ ଦିନଟିକୁ ବାଛିଛି ଆଫଗାନିସ୍ତାନର ନୂଆ ଶାସକ: ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ଓ ଋଷ୍‌

10/09/2021 at 8:25 PM

କାବୁଲ୍‌, ୧୦/୦୯: ଆଫଗାନିସ୍ତାନକୁ କବ୍‌ଜାକୁ ନେବା ପରେ ଦୁଇଦିନ ତଳେ ଅନ୍ତରୀଣ ସରକାର ଗଠନ କରିଥିଲା ତାଲିବାନ୍‌ । ହେଲେ ଶାସନ ଆରମ୍ଭ କରିନଥିଲା । ଆସନ୍ତାକାଲି ଅର୍ଥାତ ୧୧ ସେପ୍ଟେମ୍ବରରେ ବିଧିବଦ୍ଧ ଭାବରେ ତାଲିବାନ ସରକାର କାମ ଆରମ୍ଭ କରିବ । ଏହି ତାରିଖ ବାଛିବା ପଛରେ ଏକ ବଡ଼ ସଙ୍କେତ ରହିଛି । ୨୦୦୧ ସେପ୍ଟେମ୍ବର ୧୧ରେ ଅଲକାଏଦା ଆତଙ୍କୀ ହମଲାରେ ଆମେରିକାର ଟୁଇନ ଟାୱାର ଭୁଷୁଡି ପଡିଥିଲା । ବିଶ୍ବ ଦେଖିଥିଲା ଆତଙ୍କୀର ନୂଆ ଚେହେରା । ୨୦ବର୍ଷ ପରେ ଆସନ୍ତାକାଲି ଠିକ୍ ଏହି ଦିନରେ ସରକାର ଚାଲିବା ନେଇ ଘୋଷଣା କରିଛି ତାଲିବାନ।

ଆତଙ୍କୀ ସଂଗଠନଙ୍କ ମନୋବଳ ବଢାଇବା ଲାଗି ୯/୧୧ ତାରିଖ ସ୍ଥିର କରାଯାଇଥିବା କୁହାଯାଉଛି । ଆଫଗାନିସ୍ତାନ ବିଶ୍ବର ବିଭିନ୍ନ ଆତଙ୍କୀଙ୍କ ଆଡ୍ଡା ସ୍ଥଳ ପାଲଟିଯିବା ଆଶଙ୍କା ବି ରହିଛି । ବିଶ୍ବ ଆତଙ୍କୀ ତାଲିକାରେ ତାଲିବାନ ସରକାରରେ ଥିବା ପ୍ରଧାନମନ୍ତ୍ରୀ ହସନ ଅଖୁନ୍ଦ, ଗୃହମନ୍ତ୍ରୀ  ସିରାଜୁଦ୍ଦିନ ହକାନୀ ଏବଂ ଶରଣାର୍ଥୀ ବିଭାଗ ମନ୍ତ୍ରୀ ଖଲିଲ ହକାନୀଙ୍କ ନାଁ ରହିଛି । ଏମାନଙ୍କ ମୁଣ୍ଡ ଉପରେ ରହିଛି ପୁରସ୍କାର । ସେପଟେ ବିଶ୍ବ ସମୁଦାୟର ମାନ୍ୟତା ପାଇବା ଲାଗି ତାଲିବାନ ଚେଷ୍ଟା ଚଳାଇଛି । ଶପଥ ଗ୍ରହଣ ଉତ୍ସବକୁ ଚୀନ, ତୁର୍କୀ, ପାକିସ୍ତାନ, କତାର, ଇରାନ, ଋଷ ସମେତ ଭାରତ ଏପରିକି ଆମେରିକାକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ଶପଥଗ୍ରହଣ ଉତ୍ସବକୁ ଋଷିଆ ଆସିବନାହିଁ ବୋଲି ସ୍ପଷ୍ଟ କରିଛି ।

କାଲିଠାରୁ ଆଫଗାନିସ୍ତାନରେ ନୂଆ ସରକାର କାର୍ଯ୍ୟଆରମ୍ଭ କରିବ । ଏପଟେ ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି କହିଛନ୍ତି ଆଫଗାନବାସୀଙ୍କ ଜୀବନ ନିର୍ଭର କରୁଛି ତାଲିବାନ ସରକାରର କାର୍ଯ୍ୟଶୈଳୀ ଉପରେ । କାରଣ କାବୁଲରେ ହେଉଥିବା ପ୍ରଦର୍ଶନକୁ ଦବାଇବା ଲାଗି ତାଲିବାନ ସରକାର ଅମାନବୀୟ ବ୍ୟବହାର କରୁଛନ୍ତି । ଜାତିସଂଘ କହିଛି, ତାଲିବାନ ହିଂସାର ସୀମା ପାର କରି ଯାଉଛି । ପ୍ରଦର୍ଶନକାରୀଙ୍କୁ ଲାଠି ଏବଂ ବେତରେ ନିର୍ମମ ଭାବରେ ପିଟାଯାଉଛି । ଏଥିରେ ୪ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏପରିକି ଜାତିସଂଘ ଷ୍ଟାଫ୍‌ଙ୍କୁ ଧମକାଉଛନ୍ତି ତାଲିବାନ କମାଣ୍ଡୋ ।

କେବଳ ଏତିକି ନୁହେଁ, ଆଫଗାନିସ୍ତାନରେ ଆର୍ଥିକ ସଂକଟ ମାଡି ଆସୁଛି ବୋଲି ଜାତିସଂଘ ଚେତାଇ ଦେଇଛି । ବିଦେଶରେ ଥିବା ଆଫଗାନିସ୍ତାନ ସେଣ୍ର୍ଟାଲ ବ୍ୟାଙ୍କର ୧ହଜାର କୋଟି ଡଲାର ଫ୍ରିଜ୍ ହୋଇଯାଇଛି । IMF ୪୪ କୋଟି ଡଲାର ଏମରଜେନସି ଫଣ୍ଡ ରୋକି ଦେଇଛି । ଏପଟେ ପୁରୁଣା ଅସରଫ ଘନୀ ସରକାରରେ ଥିବା କର୍ମଚାରୀ ଯେଉଁମାନେ ଦେଶ ଛାଡି ପଳାଇଛନ୍ତି ସେମାନଙ୍କ ଉପରେ ରାଗ ସୁଝାଉଛି ତାଲିବାନ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦିଆଯାଇଛି ।

   Related Posts