Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଜାତିସଙ୍ଘରେ କରୋନା ଝଡ: ଚୀନ ଉପରେ ଦୋଷ ଲଦିଲା ଆମେରିକା

10/04/2020 at 11:48 AM

ନ୍ୟୁୟର୍କ, ୧୦|୦୪:  ଜାତିସଙ୍ଘର ବୈଠକରେ ଆମେରିକା କରୋନା ଭାଇରସ ସଂକ୍ରମଣ ପାଇଁ ଚୀନକୁ ଦାୟୀ କରିଛି । ଗୁରୁବାର ବିଳମ୍ବିତ ରାତ୍ରରେ ଆୟୋଜିତ ବୈଠକରେ ଅନେତ ତଥ୍ୟ ଉପସ୍ଥାପନା କରିଛି । ଯେଉଁଥିର ଏହା କେଉଁଠି ଆରମ୍ଭ ହେଲା କିପରି ବ୍ୟାପିଛି ତାହାର ସମସ୍ତ ବିବରଣୀ ରହିଛି ।

ୟୁଏସ ସଚିବ କେଲୀ କ୍ରାଫ୍ଟ କହିଛନ୍ତି ଯେ, ଏହି ପ୍ରଣାଳୀ କେତେ ପରିମାଣରେ ଜରୁରୀ ତାହା ଉପରେ ସେ ଦାବି ରଖିବାକୁ ଚାହୁଁନାହାଁନ୍ତି । କିନ୍ତୁ ଏହି ଭାଇରସ ସାରା ବିଶ୍ୱରେ ୯୦ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ୧୫ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ୨୦୦ରୁ ଅଧିକ ଦେଶ ଏହି ଭାଇରସ ଦୱାରା ପ୍ରଭାବିତ ହୋଇଛନ୍ତି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଅନ୍ୟ ନେତା ଏହାକୁ ଚାଇନିଜ୍ ଭାଇରସ କହିଥିଲେ । ଏହା ଚୀନର ବୁହାନରୁ ସାରା ବିଶ୍ୱକୁ ବ୍ୟାପିଥିବା ପ୍ରକାଶ କରିଥିଲେ ।

ତେବେ ଚୀନ ଏହି ସଙ୍କଟକୁ ନେଇ ୟୁଏନରେ ଆଲୋଚନା ନକରିବା ପାଇଁ ଚାପ ପକାଉଥିଲା । ଚୀନ ହିଁ ଏହାର କାରଣ ନୁହେଁ ବୋଲି ଡ୍ରାଗନନ ସଫେଇ ଦେଇଥିଲା । ଆମେରିକା ଜାତିସଙ୍ଘରେ ଆମେରିକା ଏହି ଭାଇରସର ଉତ୍ପତିସ୍ଥଳ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ଏହାର ଗୁଣ ବାବଦର ସମସ୍ତ ତଥ୍ୟ ରଖିଛି । ଏହି ସବୁ ତଥ୍ୟକୁ ପ୍ରତ୍ୟାହାର କରାଯାଉ ଓ କରୋନା ଭାଇରସକୁ ନେଇ ରାଜନୀତି ନହେଉ ବୋଲି ଚୀନର ପ୍ରତିନିଧି ଝାଙ୍ଗ୍ ଜୁନ୍ ୟୁଏନରେ କହିଛନ୍ତି ।

   Related Posts