ଭାରତର ପ୍ରଧାନମନ୍ତ୍ରୀ ଚଢ଼ିବେ ଆମେରିକା ରାଷ୍ଟ୍ରପତିଙ୍କ ଭଳି ବିମାନ

Published By : Prameya-News7 Bureau | February 08, 2019 IST

ଦିଲ୍ଲୀ ୮/୨ : ଆମେରିକାର ଏୟାରଫୋର୍ସ ୱନ ଭଳି ଏବେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଏୟାର ଇଣ୍ଡିଆ ବିମାନ ମଧ୍ୟ ଅଦ୍ଭୁତ ହୋଇଯିବ | ଏଥିପାଇଁ ଆମେରିକା ଭାରତକୁ ଦୁଇଟି ମିସାଇଲ ରକ୍ଷା ପ୍ରଣାଳୀ ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଗଲାଣି | ପାଖାପାଖି ୧୩୫୭ କୋଟି ଟଙ୍କା ବ୍ୟୟରେ ଭାରତ ଆମେରିକା ଠାରୁ ଏହି ରକ୍ଷା ପ୍ରଣାଳୀ କିଣିବ |

{"id":83307}


ଏହି ପ୍ରଣାଳୀ 'ଏୟାର ଇଣ୍ଡିଆ ୱନ'ର ସୁରକ୍ଷାକୁ ମଜବୁତ କରିବ | ଆମେରିକା ରକ୍ଷା ସୁରକ୍ଷା ଏଜେନ୍ସି ଆମେରିକା ସଂସଦରେ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ସରକାର ଭାରତକୁ ବଡ ଏୟାରକ୍ରାଫ୍ଟ ଇନ୍ଫ୍ରାରେଡ କାଉଣ୍ଟରମେଜର (ଲେରକେମ) ଏବଂ ସେଲ୍ଫ ପ୍ରୋଟେକ୍ସନ ସୁଇଟ୍ସ କୁ ବିକ୍ରି କରିବ |

{"id":83308}


ଲେରକେମ ପ୍ରଣାଳୀର ବିଶେଷତ୍ୱ ହେଲା ଏହା ବିମାନକୁ ମିସାଇଲର ଆକ୍ରମଣରୁ ରକ୍ଷା କରିଥାଏ | ଯଦି କିଏ ମିସାଇଲରେ ବିମାନକୁ ଆକ୍ରମଣ କରେ ଆକ୍ରମଣ ପୂର୍ବରୁ ଏହାକୁ ସୂଚନା ମିଳିଥାଏ | ଏହା ଏକାଥରକେ ଅନେକ ସେନ୍ସରର କାମ କରିଥାଏ | ବିମାନର କୃକୁ ଏହି ମେସିନ ମିସାଇଲ ଆକ୍ରମଣ ନେଇ ବହୁତ ପୂର୍ବରୁ ସୂଚାଇ ଦେଇଥାଏ |

{"id":83309}


ଲେରକେମ ପ୍ରଣାଳୀର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହା ବିମାନଙ୍କୁ ମିସାଇଲ ଆକ୍ରମଣରୁ ରକ୍ଷା କରିଥାଏ | ଏହି ମିସାଇଲର ଏକ ବିଶେଷତ୍ୱ ହେଲା ଏହା ଅଟୋମେଟିକ ଓଲଟା ଆକ୍ରମଣ ମଧ୍ୟ କରିଥାଏ |

{"id":83311,"width":583,"height":326}


ସୂଚନାଯୋଗ୍ୟ ଯେ, ଭାରତ ଆମେରିକା ଠାରୁ ୨ଟି ବୋଇଙ୍ଗ-୭୭୭ ବିମାନ କିଣିବ | ଏହି ଦୁଇଟି ବିମାନ ମିସାଇଲ ରକ୍ଷା ପ୍ରଣାଳୀ ଯୁକ୍ତ ରହିବ | ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏହି ବିମାନ ବ୍ୟବହାର କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.