ଅମିଷା ପଟେଲଙ୍କୁ ରାଞ୍ଚୀ କୋର୍ଟ ପଠାଇଲା ସମନ, ଜୁଲାଇ ମାସ ୮ ତାରିଖରେ କୋର୍ଟରେ ହେବେ ହାଜିର

Published By : Prameya-News7 Bureau | July 01, 2019 IST

ମୁମ୍ବାଇ୧|୭: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କୁନାର ଗୁମରଙ୍କ ବିରୋଧରେ କିଛି ମାସ ପୂର୍ବରୁ ରାଂଚିର ଜଣେ ଫିଲ୍ମ ନିର୍ମାତା ଅଜୟ କୁମାର ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଅମିଷା ପଟେଲ ତାଙ୍କଠୁ ୨.୫ କୋଟି ଟଙ୍କା ନେଇଥିଲେ। ଅମିଷା ନେଇଥିବା ଟଙ୍କା ତାଙ୍କୁ ଫେରସ୍ତ କରିନାହାନ୍ତି। ଏବେ ରାଂଚି କୋର୍ଟ ଅମିଷାଙ୍କୁ ଏକ ସମନ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ, ସମନ ଏହି ଅଭିନେତ୍ରୀଙ୍କୁ ଜୁଲାଇ ମାସ ୮ ତାରିଖକୁ କୋର୍ଟରେ ହାଜିର ହେବା ପାଇଁ କୁହାଯାଇଛି।

ଫିଲ୍ମ ନିର୍ମାତା ଅଜୟ କୁମାରଙ୍କ ଅନୁସାରେ ଫିଲ୍ମ ଦେଶି ମ୍ୟାଜିକ୍‌ କରିବା ପାଇଁ ଅମିଷା ତାଙ୍କଠୁ ୨.୫ କୋଟି ଟଙ୍କା ନେଇଥିଲେ। କିନ୍ତୁ ଏଯାଏଁ ଟଙ୍କା ଫେରସ୍ତ କରିନାହାନ୍ତି। ଅମିଷା ଅଜୟଙ୍କୁ କହିଥିଲେ ଯେ, ୨୦୧୮ ମସିହାରେ ଫିଲ୍ମର ଶୁଟିଂ ସରିଯିବ। ଫିଲ୍ମ ରିଲିଜ ହେବା ପରେ ପରେ ଅମିଷା ଫିଲ୍ମ ନିର୍ମାତାଙ୍କୁ ଟଙ୍କା ଫେରାଇବେ ବୋଲି କହିଥିଲେ। ତେବେ ଫିଲ୍ମ ନହୋଇଥିବାରୁ ଅଜୟ ତାଙ୍କୁ ଟଙ୍କା ମାଗିଥିଲେ ଓ ଅମିଷା ତାଙ୍କୁ ୩ କୋଟି ଟଙ୍କାର ଚେକ୍‌ ଦେଇଥିଲେ।

କିନ୍ତୁ ବ୍ୟାଙ୍କରେ ଚେକ୍‌ ବାଉନ୍ସ ହୋଇଥିଲା। ଏହି ବିଷୟରେ କହିବା ପାଇଁ ଓ ଟଙ୍କା ମାଗିବା ପାଇଁ ଫିଲ୍ମ ନିର୍ମାତା ଅମିଷାଙ୍କୁ ଯୋଗାଯୋଗ କରିଥିଲେ। ଦ୍ବିତୀୟ ଥର ଅମିଷା କହିଥିଲେ ଯେ, ତାଙ୍କର ଟଙ୍କା ଫେରାଇବାର କୌଣସି ଉଦେଶ୍ୟ ନାହିଁ। ଏହା କହି ସେ ତାଙ୍କୁ ଡରାଇ ଧମକାଇ ଅନେକ କଥା କହିଥିଲେ। ଏହି ପରିସ୍ଥିତି ପରେ ଫିଲ୍ମ ନିର୍ମାତା ଉଭୟ ଅମିଷା ଓ ତାଙ୍କ ବିଜ୍‌ନେସ ପାର୍ଟନର ବିରୋଧରେ ମାମଲା ରୁଜୁ କରିଥିଲେ। ଏହା ପୂର୍ବରୁ ମଧ୍ୟ ଅମିଷାଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.