ରାସ୍ତାକାମ ପାଇଁ ଅଟକିଲା ଆମ୍ୱୁଲାନ୍ସ, ଗର୍ଭବତୀ ଚାଲିଲେ ୧ କିଲୋମିଟର

Published By : Prameya-News7 Bureau | October 09, 2021 IST

ସମ୍ବଲପୁର ୦୯/୧୦: ପୁଣି ଜନନୀ ଯନ୍ତ୍ରଣା । ଚାଲି ଚାଲି ଗଲେ ପ୍ରସୂତି । ରାସ୍ତା କାମ ପାଇଁ ଅଟକିଲା ଆମ୍ବୁଲାନ୍ସ । ଗର୍ଭବତୀ ଚାଲିଲେ ୧ କିଲୋମିଟର । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଯୁଯୁମୁରା ବ୍ଲକ ଝାଂକରପାଲି ପଂଚାୟତ ବାବୁପାଲି ଗାଁରେ । ଯୁଯୁମୁରା ବ୍ଲକ ଝାଂକରପାଲି ପଂଚାୟତ ବାବୁପାଲି ଗାଁର ଘଟଣା ।

ଭବାନୀପାଲି-ବାବୁପାଲି ରାସ୍ତାରେ ଠିକାଦାର ରାସ୍ତାକାମ କରୁଥିଲେ । ରାସ୍ତାରେ ବେପରୁଆ ଭାବେ ମିକ୍ସଚର ମେସିନ ତଥା ଗେଟି ରଖାଯାଇଥିଲା । ଫଳରେ ଯାଇପାରିଲାନି ଆମ୍ବୁଲାନ୍ସ ।

ସୂଚନା ଅନୁସାରେ ଜଣେ ଗର୍ଭବତୀଙ୍କ ପ୍ରସବ ସକାଶେ ଆଣିବା ପାଇଁ ୧୦୨ ଆମ୍ବୁଲାନ୍ସ ଯାଇଥିଲା । ହେଲେ ଭବାନୀପାଲି-ବାବୁପାଲି ରାସ୍ତାରେ ଠିକାଦାର ରାସ୍ତାକାମ କରିଥିଲେ । ହେଲେ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ଘଟଣା ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ଅଟକି ରହିଥିବାର ଭିଡିଓ ନିଜେ ସୁଟ କରିଥିଲେ ଡ୍ରାଇଭର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.