ରିୟଲ୍ ହିରୋ ସୋନୁ ସୁଦ୍‌ଙ୍କ ନାଁରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା: ଉଦଘାଟନ କରି କହିଲେ 'ଗର୍ବ ଅନୁଭବ କରୁଛି'

Published By : Prameya-News7 Bureau | January 20, 2021 IST

ମୁମ୍ବାଇ ୨୦/୦୧ : କରୋନା ମହାମାରୀ ଓ ଲକଡାଉନ ସମୟରେ ହଜାର ହଜାର ପ୍ରବାସୀଙ୍କୁ ନିଜ ଭିଟାମାଟିକୁ ପହଞ୍ଚାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍। ଲୋକଙ୍କୁ ସାହାଯ୍ୟ କରିବା ଅଭିଯାନ ଏବେ ବି ଜାରି ରହିଛି। ଅସହାୟଙ୍କୁ ସାହାଯ୍ୟ କରି ସେ ଦେଶର ରିୟଲ ହିରୋର ଆଖ୍ୟା ପାଇଛନ୍ତି। ତାଙ୍କର ଏହି ମହାନତା ତାଙ୍କୁ ନୂଆ ପରିଚୟ ଦେଇଛି। ତାଙ୍କର ଏହି ମହାନତା ପାଇଁ କେଉଁଠି ତାଙ୍କ ନାଁରେ ମନ୍ଦିର ହୋଇଛି ତ କେଉଁଠି ତାଙ୍କ ନାଁରେ ଦୋକାନ। ବର୍ତ୍ତମାନ ତାଙ୍କ ନାଁରେ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି।

{"id":395321,"sizeSlug":"large","linkDestination":"none"}

ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ତାଙ୍କ ନାଁରେ ଏକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଏହାର ନାଁ ଦିଆଯାଇଛି 'ସୋନୁ ସୁଦ୍ ଆମ୍ବୁଲାନ୍ସ ସେବା।' ହାଇଦ୍ରାବାଦରେ ରହୁଥିବା ସେବା ଶିବା ନାମକ ଜଣେ ବ୍ୟକ୍ତି ଗୋଟିଏ ଆମ୍ବୁଲାନ୍ସ କିଣିଥିଲେ। ସୋନୁ ସୁଦଙ୍କ କାମରୁ ସେ ଏତେ ପ୍ରେରିତ ଯେ ଆମ୍ବୁଲାନ୍ସକୁ ସୋନୁ ସୁଦଙ୍କ ନାଁ ଦେଇଦେଲେ। 

{"id":395322,"sizeSlug":"large","linkDestination":"none"}

ଶିବା ମଧ୍ୟ ହାଇଦ୍ରାବାଦ ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବା କରନ୍ତି। ପେସାରେ ସେ ଜଣେ ସନ୍ତରଣକାରୀ। ଏବେ ସୁଦ୍ଧା ପାଣିରେ ବୁଡି ଯାଇଥିବା ୧୦୦ ଜଣଙ୍କୁ ରକ୍ଷା କରି ଜୀବନ ବଞ୍ଚାଇଛନ୍ତି। ଶିବାଙ୍କ ନିଃସ୍ୱାର୍ଥ ସେବାକୁ ଦେଖି ସେଠାକାର ଲୋକେ ତାଙ୍କୁ ଟଙ୍କା ଦାନ କରିବାକୁ ଲାଗିଲେ। ସେହି ଟଙ୍କାରେ ଶିବା ଏକ ଆମ୍ବୁଲାନ୍ସ କିଣି ତା ନାଁ ଦେଇଛନ୍ତି ସୋନୁ ସୁଦ ଆମ୍ବୁଲାନ୍ସ ସେବା।

wp:embed {"url":"https://twitter.com/SonuSood/status/1351769309635198979","type":"rich","providerNameSlug":"twitter","responsive":true,"className":""}
https://twitter.com/SonuSood/status/1351769309635198979
/wp:embed

ଏହି ଆମ୍ବୁଲାନ୍ସ ଉଦଘାଟନ କରିବାକୁ ସୋନୁ ସୁଦ୍ ହାଇଦ୍ରାବାଦରେ ପହଞ୍ଚିଥିଲେ। ତାଙ୍କ ନାଁରେ ଆମ୍ବୁଲାନ୍ସ ସେବା ଦେଖି ସେ ବହୁତ ଖୁସି ହୋଇଥିଲେ। ଆମ୍ବୁଲାନ୍ସ ଉଦଘାଟନ କରି ସୋନୁ କହିଥିଲେ, ଶିବା ଏବେ ଯାଏଁ ଯାହା ବି କରିଛନ୍ତି, ତାହା ପ୍ରଶଂସନୀୟ। ଆମ୍ବୁଲାନ୍ସ ଉଦଘାଟନ କରିବାକୁ ଆସି ମୁଁ ଗର୍ବିତ। ସେ କହିଛନ୍ତି ଦେଶକୁ ଶିବା ଭଳି ଲୋକଙ୍କ ଆବଶ୍ୟକତା ରହିଛି। ସେ ବହୁତ ଭଲ କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.