Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ରାସ୍ତା ନାହିଁ ବୋଲି ଆସିପାରିଲାଣି ଆମ୍ବୁଲାନ୍ସ ; ପୁଣି ଭାରରେ ବୁହାହେଲେ ଗର୍ଭବତୀ

31/07/2018 at 10:01 AM

ମାଲକାନଗିରି ଜିଲ୍ଲାରେ ପୁଣି ଭାରରେ ବୁହା ହେଲା ଗର୍ଭବତି ମହିଳା । ଖୈରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତ ଅନ୍ତର୍ଗତ କୋତ୍ରାଗୁଡା ଗ୍ରାମର ରାଧ ଖିଲ ନାମକ ଜଣେ ଗର୍ଭବତି ମହିଳା ପ୍ରସବ ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ୧୦୨ ଆମ୍ବୁଲାନ୍ସଟି ମଡାପଦର ଗାଁ ପର୍ଯ୍ୟନ୍ତ ପହିଞ୍ଚିବା ପରେ ରାସ୍ତା ଖରାପ ଯୋଗୁଁ ଆଗକୁ ଆଉ ଯାଇ ପାରିବ ନାହି ବୋଲି କହିଥିଲା । ପରେ ଗାଁ ଲୋକେ ମହିଳାଙ୍କୁ ଏକ ଖଟିଆରେ ଭାର କରି ଦିର୍ଘ ୧୦ କିଲୋମିଟର ରାସ୍ତା ଚାଲି ଚାଲି ଯାଇ ଖୈରପୁଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ରାଧ ଖିଲ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ତା ଏବେ ଭଲ ରହିଥିବା ଡାକ୍ତର କହିଛନ୍ତି । ତେବେ ମାଲକାନଗିରି ଜିଲ୍ଲାରେ ଏହା କୌଣସି ନୁଆ ଘଟଣା ନୁହେଁ । ପୁର୍ବରୁ ଅନେକ ଥର ପ୍ରସବ ମହିଳାଙ୍କୁ ଭାରରେ ବୁହା ହୋଇ ଡାକ୍ତର ଖାନା ନେବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଛୁ ହେଲେ ଏତିକିରେ ମଧ୍ୟ ପ୍ରଶସନ ସଜାଗ ହେଉ ନାହି । ତେବେ ଆଦିବାସି ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ ଅବସ୍ତା କେବେ ସୁଧୁରିବ ତାହା କେବଳ ଭଗବାନ ହିଁ ଜାଣନ୍ତି ।

   Related Posts