କାହା ପାଇଁ ଆମ୍ବୁଲାନ୍ସ ସେବା ? ଫୋନ୍ କରିବାର ୧ଘଣ୍ଟା ପରେ ବି ଆସିଲାନି ଗାଡ଼ି, ଶେଷରେ ବାଇକରେ ଗଲେ ମେଡିକାଲ

Published By : Prameya-News7 Bureau | September 09, 2020 IST

ସାଲେପୁର ୦୯।୦୯ : କିରୋସିନି ପିଇ ଦେଢ଼ ବର୍ଷର ଶିଶୁପୁତ୍ର ଗୁରୁତର । କଟକ ସାଲେପୁର ଥାନା ଅନ୍ତର୍ଗତ କଟରପା ଗାଁର ଘଟଣା । ଗୁରୁତର ଶିଶୁ ହେଉଛନ୍ତି କଟରପା ଗାଁ ରବୀନ୍ଦ୍ର ଭୋଇଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର । ଗୁରୁତର ଅବସ୍ଥାରେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ SCB ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

କଟକ ଜିଲ୍ଲା  ସାଲେପୁର ଥାନା ଅନ୍ତର୍ଗତ କଟରପା ଗାଁରେ କିରୋସିନି ପିଇ ଦେଢ଼ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ କଟରପା ଗାଁର ରବୀନ୍ଦ୍ର ଭୋଇଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ବୋଲି ଜଣାପଡିଛି । ତେବେ ଶିଶୁପୁତ୍ର ପ୍ରଥମେ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ପରେ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ଆସିବା ପାଇଁ, କିନ୍ତୁ ପ୍ରାୟ ୧ଘଣ୍ଟା ହୋଇଯାଇଥିଲେ ମଧ୍ୟ କୌଣସି ଆମ୍ବୁଲାନ୍ସର ଦେଖାନଥିଲା । ସେପଟେ ଶିଶୁର ଯନ୍ତ୍ରଣାକୁ ସହିନପାରି ପରିବାର ଲୋକ ବାଧ୍ୟ ହୋଇ ମଟର ସାଇକେଲ ଯୋଗେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି , ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆମ୍ବୁଲାନ୍ସ ସେବା କାହା ପାଇଁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.