ରୋଗୀଙ୍କୁ ମିଳୁନି ସେବା, ସେପଟେ ବିଜେପି ସାଂସଦଙ୍କ ଆମ୍ବୁଲାନ୍ସରେ ଚାଲିଛି ବାଲି ବୁହା, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | May 08, 2021 IST

ପାଟନା ୦୮।୦୫: କରୋନା ମହାମାରୀର ଦ୍ଵିତୀୟ ଲହରରେ ଦେଶର ସ୍ଥିତି ସାଂଘାତିକ। କରୋନାରେ ଦେଶର ସ୍ଵାସ୍ଥ୍ୟବସ୍ଥାର ଅସଲ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନ୍ ସିଲିଣ୍ଡରଠୁ ନେଇ ଆମ୍ବୁଲାନ୍ସ ଅଭାବ କାରଣରୁ ରୋଗୀଙ୍କୁ  ଜୀବନ ହାରିବାକୁ ପଡୁଛି। ଏମିତି ସମୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ମର୍ମାହତ କରିବା ସହ ମନରେ କ୍ରୋଧ ମଧ୍ୟ ଜାତ ହେବ। ଯେଉଁଠି ଆମ୍ବୁଲାନ୍ସ ନପାଇ ରୋଗୀଙ୍କୁ ଖଟିଆରେ ଶବ ବୁହା  ହେଉଛି ଏବଂ ପ୍ରାଣ ମଧ୍ୟ ଚାଲି ଯାଉଛି ସେହି ସମୟରେ ଆମ୍ବୁଲାନ୍ସରେ ବାଲି ଚାଲାଣ କରାଯିବା ପରି ଅସମ୍ବେଦନଶୀଳ ଘଟଣା ଘଟିଛି ବିହାରରେ।

ବିହାରରେ ଆମ୍ବୁଲାନ୍ସ କାଣ୍ଡର ପର୍ଦ୍ଦାଫାଶ। ଏହି ସମ୍ବେଦନଶୀଳ ଘଟଣାକୁ ସାମ୍ନାକୁ ଆଣିଛନ୍ତି ପୂର୍ବତନ ସାଂସଦ ତଥା ବିହାରର ଜନ ଅଧିକାର ପାର୍ଟି(ଜେଏପି)ର ଅଧ୍ୟକ୍ଷ ପପୁ ଯାଦବ। ଏହାର ଭିଡିଓ ମଧ୍ୟ ସେ ଟ୍ଵିଟ୍ କରିଛନ୍ତି। ଭିଡିଓରେ ଏକ ଆମ୍ବୁଲାନ୍ସରେ ବାଲି ବସ୍ତା ଭର୍ତ୍ତି କରାଯାଉଛି। ଆମ୍ବୁଲାନ୍ସରେ ସାରଣର ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡୀଙ୍କ ନାମ ଲେଖା ହୋଇଛି।

wp:html /wp:html

ସାରଣର ବିଜେପି ସାଂସଦ ରାଜୀବଙ୍କ ଅମନୌର ଅଫିସ୍‌ ପରିସରରେ ଡର୍ଜନ ଆମ୍ବୁଲାନ୍ସ ଛିଡା ହୋଇଥିଲା। ଏହା ପରଠୁ ପପୁ ଯାଦବ ଓ ବିଜେପି ସାଂସଦଙ୍କ ମଧ୍ୟରେ ବୟାନବାଜି  ଜାରି ରହିଛି। ଏହି ମାମଲାରେ ପପୁ ଯାଦବଙ୍କ ବିରୋଧରେ ରାଜନ କୁମାର ନାମକ ବ୍ୟକ୍ତି ଥାନାରେ ଏଫଆଇଆର ଦେଇଛନ୍ତି। ଏହି ସବୁ ମଧ୍ୟରେ ପପୁ ଯାଦବ ଭିଡିଓ ଟ୍ଵିଟ୍ କରି ରାଜୀବ ପ୍ରତାପ ରୁଡ୍ଡୀଙ୍କୁ ଜୋରଦାର ହମଲା କରିଛନ୍ତି।

ଆମ୍ବୁଲାନ୍ସରେ ଚାଲିଛି ବାଲି ବୁହା

ପୂର୍ବତନ ସାଂସଦ ପପୁ ଯାଦବ ଟ୍ଵିଟ୍ କରି କହିଛନ୍ତି, ରାଜୀବ ପ୍ରତାପ ରୁଡ୍ଡୀ ଜୀ ଆମ୍ବୁଲାନ୍ସକୁ ବାଲି ପରିବହନ କାର୍ଯ୍ୟରେ ଭଲ ଉପଯୋଗ କରୁଛନ୍ତି। ଏଥିପାଇଁ ତାଙ୍କ ପାଖରେ ଡ୍ରାଇଭର ମଧ୍ୟ ରହିଥିଲେ। କିନ୍ତୁ କରୋନା ସଙ୍କଟ ସମୟରେ ରୋଗୀଙ୍କ ସେବା ପାଇଁ ଆମ୍ବୁଲାନ୍ସକୁ ବ୍ୟବହାର କରିବା ସମୟରେ ରୁଡ୍ଡୀଙ୍କ ପାଖରେ ଡ୍ରାଇଭର ନଥିଲେ। ଏହା ପୂର୍ବରୁ ରୁଡ୍ଡୀ ନିଜ  ଅଫିସ ପରିସରରେ ଛିଡା ହୋଇଥିବା ଆମ୍ବୁଲାନ୍ସ ପାଇଁ ଡ୍ରାଇଭର ନଥିବା କହିଥିଲେ।

wp:html /wp:html

ଆମ୍ବୁଲାନ୍ସ ଚାଲୁନଥିବାର କାରଣ ଡ୍ରାଇଭର ନଥିବା କହିଥିଲେ ରାଜୀବ ପ୍ରତାପ ରୁଡ୍ଡୀ। ଏହା ପରେ ପୂର୍ବତନ ସାଂସଦ ପପୁ ଯାଦବ ଡ୍ରାଇଭରଙ୍କ ପୂରା ଟିମ୍ ସହ ଶନିବାର ମିଡିଆ ସାମ୍ନାକୁ ଆସିଥିଲେ। ସେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ୪୦ ଡ୍ରାଇଭର ଅଛନ୍ତି। ଏହି ସମସ୍ତଙ୍କ ନାମ ଲେଖି ସରକାରଙ୍କ ପାଖକୁ ପଠାଯିବ। ପପୁ ଏହା ମଧ୍ୟ କହିଛନ୍ତି ଯେ, ସେ ଆମ୍ବୁଲାନ୍ସର ଖର୍ଚ୍ଚ ମଧ୍ୟ ଉଠାଇବେ। ଉଲ୍ଲେଖଯୋଗ୍ୟ, ସାରଣ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡୀଙ୍କ ଅମନୌର ଅଫିସ୍‌ରେ ଅନେକ ଆମ୍ବୁଲାନ୍ସ ଛିଡା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.