କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିବାରୁ ପଶ୍ଚିମବଙ୍ଗ ଫେରିଲା ଆମ୍ବୁଲାନ୍ସ, ଓଡିଶାରେ ପ୍ରବେଶ ପାଇଁ ମିଳିଲାନି ଅନୁମତି

Published By : Prameya-News7 Bureau | April 28, 2021 IST

ଜଳେଶ୍ବର ୨୮।୪: ରାଜ୍ୟରେ କରୋନାର ଦ୍ବିତୀୟ ଲହର ଦେଖାଦେଇଥିଲା ବେଳେ ରାଜ୍ୟରେ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ଏହାକୁ ରୋକିବା ପାଇଁ ଓଡିଶା-ପଶ୍ଚିମବଙ୍ଗ ସୀମାରେ ଚେକିଂ ଓ ବ୍ଲକିଙ୍ଗ କଡାକଡି ଜାରି ରହିଛି ।  ପଞ୍ଚିମବଙ୍ଗ ଫେରନ୍ତା ଓଡିଶା ଭିତରକୁ ପ୍ରବେଶ କରିବାକୁ ହେଲେ କୋଭିଡ୍ ନେଗେଟିଭ ରିପୋର୍ଟ କିମ୍ବା ୨ ଥର ଟିକା ନେଇଥିବା ଆବଶ୍ୟକ ।

ତେବେ ମଙ୍ଗଳବାର ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗ କୋଲକତା ବେରୁବୁମରୁ ଆସିଥିବା ଏକ ରୋଗୀ ଭୁବନେଶ୍ବର ଏମ୍ସରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଯିବାର ଥିଲା ବେଳେ ରୋଗୀ ପାଖରେ କୋଭିଡ୍ ନେଗେଟିଭ ରିପୋର୍ଟ ଥିଲେ ମଧ୍ୟ  ପରିବାରର ସଦସ୍ୟ ପାଖରେ ନେଗେଟିଭ୍ ରିପୋର୍ଟ ନଥିଲା । ଫଳରେ ଜଳେଶ୍ବର ବିଡ଼ିଓ ଦୀପ୍ତିରଞ୍ଜନ ସେଠୀ ଓ ଏସଡିପିଓ ଅଙ୍କିତା କୁମ୍ଭାର ଓଡିଶା ଭିତରକୁ ଛାଡି ନଥିଲେ ।

ରୋଗୀଙ୍କ ଝିଅ ଓ ସ୍ତ୍ରୀ କାକୁତି ମିନତୀ ହୋଇ ନିବେଦନ କରିଥିଲେ । ମାତ୍ର ରୋଗୀଙ୍କୁ ଓଡିଶା ମଧ୍ୟକୁ ଛାଡି ନ ଥିଲେ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନ ନିଜ ଜିଦରେ ଅଟଳ ଥିବାବେଳେ ରୋଗୀଙ୍କ ସମ୍ପର୍କୀୟ ମୁଣ୍ଡ ନୁଆଇ  ଥିଲେ । ଶେଷରେ ଆମ୍ବୁଲାନ୍ସକୁ ପଶ୍ଚିମବଙ୍ଗକୁ ଫେରିଯିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.