ରାଜ୍ୟରେ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଘଟଣା- ଅଧା ବାଟରେ ପଙ୍କଚର ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

Published By : Prameya-News7 Bureau | October 16, 2019 IST

ରାୟଗଡା -  ଅଧା ବାଟରେ ପଙ୍କଚର ହେଲା ଆମ୍ବୁଲାନ୍ସ। ଚାଲିଗଲା ରୋଗୀଙ୍କ ଜୀବନ। ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ। ସ୍ଥାନୀୟ କରବା ଗାଁର ଜଣେ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦୮ ଆମ୍ୱୁଲାନ୍ସରେ କଲ୍ୟାଣସିଂହପୁର ମେଡିକାଲକୁ ଯାଉଥିଲେ ।

ତେବେ ମେଡିକାଲ୍‌ଠାରୁ ମାତ୍ର ୪ କିଲୋମିଟର ଦୂରରେ ଆମ୍ବୁଲାନ୍‌ସ ଚକା ପଙ୍କଚର ହୋଇଯାଇଥିଲା। ପରେ ପ୍ରାୟ ଘଣ୍ଟାଏ ବିଳମ୍ବରେ  ଅନ୍ୟ ଏକ ଆମ୍ବୁଲାନସରେ  ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

କିଛି ଦିନ ତଳେ  ମୟୁରଭଞ୍ଜରେ ଜଣେ ପ୍ରସୂତିଙ୍କୁ ଆଣୁଥିବା ବେଳେ ଆମ୍ବୁଲାନ୍ସ୍‌ରୁ ତେଲ ସରିଯିବାରୁ ଅଧାବାଟରେ ପ୍ରସୂତିଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.