Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା କାଳରେ ପୁଣି ସାମ୍ନାକୁ ଆସିଲା ପ୍ରଶାସନର ଦାୟିତ୍ୱହୀନତା: ୧୦ ଘଣ୍ଟା ଅପେକ୍ଷା ପରେ ବି ଆସିଲାଣି ଆମ୍ବୁଲାନ୍ସ, ଅଳିଆ ଗାଡିରେ ବୁହାହେଲା ସଂକ୍ରମିତଙ୍କ ମୃତଦେହ

11/04/2021 at 2:01 PM

ମୁମ୍ବାଇ ୧୧/୦୪ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି। ଏହା ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ବିସ୍ତାର କରୁଛି ଏବଂ ଅଧିକ ଘାତକ। ଅନେକ ରାଜ୍ୟରେ କରୋନା ମାମଲା ପୁଣି ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଲକଡାଉନ ଲାଗୁ କରିବାକୁ ମଧ୍ୟ ବିଚାର କରାଯାଉଛି। ଇତି ମଧ୍ୟରେ ଲଜ୍ଜାଜନକ ଓ ଅମଣବିକତାର କିଛି ଦୃଶ୍ୟ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ଧୂଲେରେ ପ୍ରଶାସନର ଦାୟିତ୍ବହୀନତା ମାମଲା ସାମ୍ନାକୁ ଆସିଛି।

ଧୂଲେରେ ଜଣେ ୭୦ ବର୍ଷ ବୟସ୍କ କରୋନା ସଂକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଦିନ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ। ଶୁକ୍ରବାର ଦିନ ଘରକୁ ଆସିବା ପରେ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକ କହିଛନ୍ତି, ଶବ ନେବାପାଇଁ ସେମାନେ ପ୍ରଶାସନକୁ ଆମ୍ବୁଲାନ୍ସ ପାଇଁ କହିଥିଲେ। କିନ୍ତୁ ପାଖାପାଖି ୧୦ ଘଣ୍ଟା ଅପେକ୍ଷା କରିବା ପରେ ବି ପ୍ରଶାସନ ଆମ୍ବୁଲାନ୍ସ ପଠାଇନଥିଲା। ଶନିବାର ସକାଳ ୧୧ଟା ଯାଏଁ ଆମ୍ବୁଲାନ୍ସ ନ ଆସିବାରୁ ଗାଁଲୋକଙ୍କ ସାହାଯ୍ୟରେ ବୃଦ୍ଧଙ୍କ ଶବକୁ ଗାଁର ଅଳିଆ ଗାଡିରେ ନେଇ ଅନ୍ତିମ ସଂସ୍କାର କରାଯାଇଥିଲା। ଘଟଣାକୁ ନିନ୍ଦନୀୟ କୁହାଯାଇଛି। ଏତେ ସମୟ ଅପେକ୍ଷା କରିବା ପରେ ମଧ୍ୟ ପ୍ରଶାସନ ଆମ୍ବୁଲାନ୍ସ ନ ପଠାଇବାରୁ ଅଳିଆ ଗାଡିରେ ଶବ ସତ୍କାର ପାଇଁ ନିଆଯାଇଥିବା ଘଟଣା ପାଇଁ ପ୍ରଶାସନକୁ କଡା ନିନ୍ଦା କରାଯାଉଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଶନିବାର ଦିନ ୫୫ ହଜାର ୪୧୧ ନୂଆ ମାମଲା ସାମ୍ନାକୁ ଆସିଥିଲା। ଗୋଟିଏ ଦିନରେ ୩୦୯ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୫୭ ହଜାର ୬୩୮ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ୫ ଲକ୍ଷ ୩୬ ହଜାର ୬୮୨ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

   Related Posts