Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଆସିପାରିଲାନି ଆମ୍ବୁଲାନ୍ସ : ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ ଫାର୍ମାସିଷ୍ଟ ଓ ଡ୍ରାଇଭର

25/10/2021 at 8:28 AM

ବାଲିଗୁଡା, ୨୫/୧୦: ଆସିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏପରି ଘଟଣା ସାମ୍ନାକୁ ଆସିଛି  ଆଦିବାସୀ ଅଧ୍ୟୂଷିତ କନ୍ଧମାଳ ଜ଼ିଲ୍ଲାରେ ।

ଜିଲ୍ଲାର ଏବେବି ଅନେକ ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ଅନେକ ଗାଁରେ ନେଟୱର୍କ ନାହିଁ । ଫଳରେ ରୋଗୀ ଓ ପ୍ରସୂତି ମହିଳା ଦୁର୍ଦ୍ଦଶା ଭୋଗୁଛନ୍ତି l ବିପଦ ସଂକୁଳ ଅବସ୍ଥାରେ ରାସ୍ତା କଡ଼ରେ, ଗଛ ତଳେ ପ୍ରସୂତି ସନ୍ତାନ ପ୍ରସବ କରୁଥିବା ନଜିର ରହିଛି । କିଛି ଦିନ ତଳେ କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସିଯିବା କାରଣରୁ ଜଣେ ରୋଗୀଙ୍କ ଜୀବନ ଯାଇଥିଲା ।  ଏହି ଘଟଣା ମନରୁ ନଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ରାସ୍ତା ନଥିବାରୁ  ପାଞ୍ଚ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି କର୍ମଚାରୀ ରୋଗୀଙ୍କୁ ଷ୍ଟେଚରରେ ବୋହିଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମିଡ଼ିଆତୁଆ ଗାଁରେ  ଲକ୍ଷ୍ମଣ କହଁର ନାମକ ପକ୍ଷାଘାତ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।  ଗାଁର ଜଣେ ବ୍ୟକ୍ତି ନେଟୱର୍କ ନ ଥିବାରୁ ଦଶ କିଲୋମିଟର ଯାଇ ଆମ୍ବୁଲାନ୍ସକୁ ଫୋନ ଯୋଗେ ଖବର ଦେଇଥିଲେ । ତେବେ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା । ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ଅନିଲ କୁମାର ନାୟକ, ଫାର୍ମାସିଷ୍ଟ ବିନାୟକ ପଣ୍ଡା ଏବଂ ସହାୟକ ପପୁନି ନାୟକ ଗାଡିରେ ଥିବା ଷ୍ଟେଚର ଧରି ପାଞ୍ଚକିଲୋମିଟର ରାସ୍ତା ଚାଲି ଚାଲି ଯାଇ ବୋହି ଆଣିଥିଲେ । ଏହାପରେ ସେମାନେ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଏଘଟଣାକୁ ନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପ୍ରଶଂସା କରାଯିବା ସହ ଜିଲ୍ଲାର ବିକାଶ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

   Related Posts