ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ; ୩ ଆହତ
21/10/2018 at 12:50 PM

ନୟାଗଡ ୨୧/୧୦ : ନୟାଗଡ ନୂଆଗାଁ ଥାନା ପଞ୍ଚୁପାଣ୍ଡବ ନିକଟରେ ଗଛରେ ପିଟିହେଲା ଆମ୍ବୁଲାନ୍ସ | କଟକରୁ ମୃତଦେହ ନେଇ ଦଶପଲ୍ଲା ଆସୁଥିବା ବେଳେ ଦୁର୍ଘଟଣା | ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି | ଆଜି ସକାଳୁ କଟକରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଗଛରେ ପିଟି ହୋଇଯାଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021