Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦ଫୁଟ୍ ତଳକୁ ଖସିଲା ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା

22/08/2020 at 8:07 AM

ସୋର ୨୨।୦୮: ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଗର୍ଭଵତୀ ମହିଳା । ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତାର କୋଚିଆକୋଇଲି ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଗଡପୋଖରୀ ଗୁଆପାଳ ଗାଁ ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଆମ୍ବୁଲାନ୍ସକୁ ପରିବାର ଲୋକ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସି ଗର୍ଭବତୀ ମହିଳାଙ୍କୁ ମେଡିକାଲା ଯାଉଥିଲା । କିନ୍ତୁା ଭାରସାମ୍ୟ ହରାଇ ୨୦ଫୁଟ୍‌ ତଳକୁ ନୟନଯୋରିକୁ ଖସିପିଡ଼ିଥିଲା ଆମ୍ବୁଲାନ୍ସ । ତେବେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

   Related Posts