ମେଡିକାଲରେ ରୋଗୀ ଛାଡି ଫେରିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ୩ ଆହତ

Published By : Prameya-News7 Bureau | May 28, 2020 IST

ଅନୁଗୋଳ ୨୮।୫: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥ କୋଶଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହୋଇଛି ଦୁର୍ଘଟଣା । ଆମ୍ବୁଲାନ୍ସ ଧକ୍କାରେ ରାସ୍ତା କଡରେ ଠିଆହୋଇଥିବା ଦୁଇ ପିକଅପ ଭ୍ୟାନ୍ ଚୁରୁମାର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ।

{"id":277172,"sizeSlug":"large"}

ସୂଚନାଯୋଗ୍ୟ ଯେ, ୧୦୮ ଆମ୍ବୁଲାନ୍ସଟି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଛାଡି ବାଗେଡିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣାରେ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି ।

{"id":277173,"sizeSlug":"large"}

ଖବର ପାଇ ଘଟଣାସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚି ଆହତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.