Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଆମ୍ବୁଲାନ୍ସ ଦୁର୍ଘଟଣା : ବିଦ୍ୟୁତ୍ ଖୁଣ୍ଟରେ ପିଟିହେବାରୁ ଛିଣ୍ଡିପଡିଲା ୧୧ କେ.ଭି. ବିଦ୍ୟୁତ୍ ତାର

13/02/2020 at 9:55 AM

ଢେଙ୍କାନାଳ ୧୩।୨: ବଡ ଧରଣର ଅଘଟଣରୁ ଏକ ୧୦୮ ଆମ୍ବୁଲାନ୍ସ ଅଳ୍ପକେ ବର୍ତ୍ତିଯାଇଛି। ରୋଗୀ ନେଇ ଡାକ୍ତରଖାନା ଆସିବା ବାଟରେ ଆମ୍ବୁଲାନ୍ସଟି ଏକ ୧୧ କେ.ଭି.  ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଛି । ତେବେ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଜନିତ ଅଘଟଣ ଘଟିନାହିଁ ।

ଏଭଳି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ରାମେଶ୍ବରପୁର ନିକଟରେ । ତେବେ ଆମ୍ବୁଲାନ୍ସରେ ଥିବା ରୋଗୀ ସୁରକ୍ଷିତ ଥିବାବେଳେ ଗାଡିର ହେଲପର ଖଗେଶ୍ବର ନାୟକଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି । ଆହାତ ହେଲପର ଓ ରୋଗୀଙ୍କୁ ଅନ୍ୟ ଆମ୍ବୁଲାନ୍ସରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଭୋର ସମୟରେ ଯୋରନ୍ଦା ମହିମାଗାଦିରୁ ଏହି ଆମ୍ବୁଲାନ୍ସ ଜଣେ ଅସୁସ୍ଥ ବାବାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିଲା । ଆମ୍ବୁଲାନ୍ସଟିର ବ୍ରେକ୍ ଫେଲ୍ ଯୋଗୁଁ ରାସ୍ତା ପାର୍ଶ୍ବରେ ଥିବା ୧୧କେ.ଭି. ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୧୧ କେ.ଭି. ବିଦ୍ୟୁତ୍ ତାର ଛିଣ୍ଡି ପଡି ତଳେ ପଡିଥିବାରୁ ବିଦ୍ୟୁତ ସେବା ବନ୍ଦ କରି ଦିଆଯାଇଛି।

   Related Posts