Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆମ୍ବୁଲାନ୍ସ ଚାଳକଙ୍କ ଅଦ୍ଭୁତ ନିଶା: ପାଟିରେ କରି ପାରନ୍ତି ବିଭିନ୍ନ ପକ୍ଷୀଙ୍କ ସ୍ବର, ଶୁଣନ୍ତୁ କିପରି ଅବିକଳ ଶବ୍ଦ

9/03/2020 at 7:41 PM

ଜୟପୁର୯/୩: ପେଶାରେ ଆମ୍ବୁଲାନ୍ସ ଡ୍ରାଇଭର। ହେଲେ ନିଶା କିନ୍ତୁ ତାଙ୍କର ପକ୍ଷୀଙ୍କୁ ଅନୁକରଣ ସ୍ବର ବା ରାବକୁ ଅବିକଳ ନକଲ କରିବା। କେବଳ ସେତିକି ନୁହେଁ। ମୁହଁରେ ବଂଶୀ ବାଦନ କରିବାରେ ବି ସେ ମାହିର। ଆମେ କହୁଛୁ ଜୟପୁରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଆମ୍ବୁଲାନ୍ସ ଡ୍ରାଇଭର ରବି ହରିଜନଙ୍କ ସଂପର୍କରେ।

ଜୟପୁରର ବାର୍ଡ ମ୍ୟାନ ରବି ହରିଜନ । ଯେକୌଣସି ପକ୍ଷୀଙ୍କ ଅବିକଳ ସ୍ବର ନକଲ କରିବାରେ ସେ ମାହିର। ଶୁଆ,ଶାରୀଙ୍କ ଠାରୁ ଆରମ୍ଭ କରି ଶାଗୁଣା,ଏପରି ଅନେକ ପକ୍ଷୀଙ୍କ ସ୍ବର ନକଲ କରନ୍ତି ସେ। ପକ୍ଷୀଙ୍କ  ସ୍ବର ନକଲ କରୁଥିବା ସମୟରେ ସେହି ପକ୍ଷୀ ସବୁ ବି ଅନେକ ସମୟରେ  ତାଙ୍କ ପାଖକୁ ଚାଲି ଆସନ୍ତି । ଗତ ୧୦ ବର୍ଷ ହେଲା ସେ ବିଭିନ୍ନ ପକ୍ଷୀଙ୍କୁ ଅନୁକରଣ କରି ସେମାନଙ୍କ ସ୍ବର ନକଲ କରୁଛନ୍ତି। ପକ୍ଷୀଙ୍କ ପ୍ରତି ପିଲାଟି ଦିନରୁ ତାଙ୍କର ଦୁର୍ବଳତା ରହିଥିବା କହିଛନ୍ତି ରବି ବାବୁ।କେବଳ ଏତିକି ନୁହଁ ନିଜ ମୁହଁରେ ବଂଶୀ ବାଦନଠାରୁ ଆରମ୍ଭ କରି ପୋଲିସ ପାଟ୍ରୋଲିଂ ଗାଡ଼ିର ସାଇରନ ଓ ଟ୍ରାଫିକ ପୋଲିସର ହୁଇସିଲ ଶବ୍ଦର ବି ନକଲ କରିପାରନ୍ତି ରବି।

ପକ୍ଷୀଙ୍କ ସ୍ବରକୁ ନକଲ କରୁଥିବା ରବି ବାବୁ ପେଶାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର।ଜୟନଗରର ଏକ ଘରୋଇ ଡାକ୍ତରଖାନାରେ ସେ କାର୍ଯ୍ୟରତ।ଏହା ସହ ସେ ସ୍ନେକ ହେଲ୍ପଲାଇନର ସଦସ୍ୟ ମଧ୍ୟ ।ଅନେକ ବିଷଧର ସାପକୁ ସେ ଚୁଟକିରେ ଧରି ପାରନ୍ତି । ପଶୁପକ୍ଷୀଙ୍କ ପ୍ରତି ରବିଙ୍କ ଏପରି ଭଲ ପାଇବାକୁ ବେଶ ପ୍ରଶଂସା କରିନ୍ତି ତାଙ୍କର ସହକର୍ମୀ । ଅନେକ ସମୟରେ ପକ୍ଷୀଙ୍କ ସ୍ବର ମାଧ୍ୟମରେ ସହକର୍ମୀଙ୍କ ମନୋରଞ୍ଜନର ଖୋରାକ ଯୋଗାଇଥାଆନ୍ତି । 

   Related Posts