ଭୋଜନ ପାଇଁ ଟଙ୍କା ମାଗୁଥିଲେ ମହିଳା, ଟେକି ନେଇ ଦୁଷ୍କର୍ମ କଲେ ଦୁଇ ଆମ୍ବୁଲାନ୍ସ ଡ୍ରାଇଭର

Published By : Prameya-News7 Bureau | May 26, 2021 IST

ଜୟପୁର ୨୬।୦୫: ରାଜସ୍ଥାନର ରାଜଧାନୀ ଜୟପୁରରୁ ଆସିଛି ମାନବତାକୁ ଲଜ୍ଜିତ କରିବା ଭଳି  ଘଟଣା। ରାଜଧାନୀର ଏକ ଗଳିରେ ଟଙ୍କା ମାଗୁଥିବା ଜଣେ ମହିଳାଙ୍କୁ ଦୁଇ ଆମ୍ବୁଲାନ୍ସ ଡ୍ରାଇଭର ଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ପୀଡିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଛି। ଏହି ଘଟଣା ସୋମବାର ସନ୍ଧ୍ୟାରେ ଘଟିଛି। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିଛି। ଉଭୟ ଜୟପୁରର ଡୁଙ୍ଗରି ଷ୍ଟେସନ ଅଞ୍ଚଳର।

ଟିଭି ୯ର ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଗାନ୍ଧୀ ସର୍କଲରେ ଭୋଜନ ପାଇଁ ଏହି ଦୁଇ ଯୁବକଙ୍କୁ କିଛି ଟଙ୍କା ଦେବାକୁ ଅନୁରୋଧ କରିଥିଲେ। ଏହା ପରେ ଦୁଇ ଅଭିଯୁକ୍ତ ଭୋଜନ ଦେବା ସହ ଘରେ ଛାଡି ଦେବାକୁ କହି ମହିଳାଙ୍କୁ ଆମ୍ବୁଲାନ୍ସରେ ବସାଇଥିଲେ।

କିଛି ବାଟ ଗଲା ପରେ ଡ୍ରାଇଭର ନିଜର ଆଉ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ସାଙ୍ଗକୁ ଆମ୍ବୁଲାନ୍ସରେ ବସାଇଥିଲା। ଏହା ପରେ ସେମାନେ ମହିଳା ଝଲନ ଅଞ୍ଚଳକୁ ନେଇ ଯାଇଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ମୋ ସହ ଦୁର୍ବ୍ୟବହାର କରିବା ସହ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ସେମାନେ ଏକ ଗଳିରେ ଛାଡି ଫେରାର ହୋଇ ଯାଇଥିଲେ। କୌଣସି ପ୍ରକାରେ ଚେଷ୍ଟା କରି ମହିଳା ଥାନାକୁ ଆସି ଘଟଣା ବିଷୟରେ ପୋଲିସ ବାବଙ୍କୁ କହିଥିଲେ। 

ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଘରୋଇ ଆମ୍ବୁଲାନ୍ସକୁ ଖୋଜିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଧରିବା ପରେ ପୋଲିସ ଥାନାକୁ ଆଣିଛି। ଏହା ପରେ ପୀଡିତା ଉଭୟଙ୍କୁ ଚିହ୍ନଟ କରିବା ପରେ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.