Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆକ୍ରମଣରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର ଗୁରୁତର

26/12/2018 at 3:54 PM

କେନ୍ଦୁଝର ୨୬|୧୨: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାନେଜରକୁ ମେଡିକାଲ ପରିସରରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଲୁହା ଛଡ଼ରେ ଆକ୍ରମଣ କରିଛନ୍ତି । ଫଳରେ ମ୍ୟାନେଜର ଗୁରୁତର ହୋଇଛନ୍ତି । ଗୁରୁତର ମ୍ୟାନେଜର ଭାରତ ଭୂଷଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ ଆଜି କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଵାସ୍ଥ୍ୟ ସଚିବଙ୍କ ପରିଦର୍ଶନ ଥିଲା । ତେଣୁ ମେଡିକାଲ ସଫେଇ ପାଇଁ ମେଡିକାଲ ପରିସରରେ ଥିବା ଘରୋଇ ଆମ୍ବୁଲାନ୍ସକୁ ବାହାରକୁ ଯିବା ପାଇଁ ମ୍ୟାନେଜର କହିଥିଲେ । ଫଳରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ତାଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଆମ୍ବୁଲାନ୍ସ କର୍ମଚାରୀ ମାନେ ଲୁହ ରଡ଼ରେ ମ୍ୟାନେଜରଙ୍କୁ ଆକ୍ରମଣ କରିଥିଲେ । ଫଳରେ ଭାରତଙ୍କ ପିଠିରେ ଗୁରୁତର ଆଘାତ ଲାଗିଛି । ଏହି ଘଟଣାକୁ ଗୁରୁତର ଭାବେ ନେଇଛନ୍ତି  ମେଡିକାଲ କର୍ତ୍ତୃପକ୍ଷ । ଆକ୍ରମଣ କରିଥିବା ଯୁବକଙ୍କ ବିରୋଧରେ ପୋଲିସରେ ଲିକ୍ଷିତ ଅଭିଯୋଗ ଦିଆଯିବ ବୋଲି କହିଛନ୍ତି ମେଡିକାଲ ଏଡିଏମଓ ।

   Related Posts