Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ବଞ୍ଚିଛି ମାନବିକତା

14/08/2018 at 7:42 AM

କୋରାପୁଟ ୧୪/୮ : ସଂସାରରେ ଯେ ମାନବିକତା ବଂଚି ରହିଛି ତାହା ଆଜି କୋରାପୁଟ ଆମ୍ବୁଲାନ୍ସ ଡ୍ରାଇଭର ଶଙ୍କର ପଟ୍ଟନାୟକଙ୍କ କାର୍ଯ୍ୟରୁ ବେଶ ପ୍ରମାଣିତ ହୋଇଛି । ଘଟଣାଟି ଘଟିଛି ଏହିପରି । ଆଜି ସକାଳେ ଶଙ୍କର କୋରାପୁଟରୁ ଜଣେ ରୋଗୀଙ୍କୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇ ଫେରି ଆସୁଥିବା ବେଳେ ରାସ୍ତାକଡ଼ରେ ଚାରିଜଣଙ୍କ ପ୍ରାଣମୂର୍ଚ୍ଛା ଚିତ୍କାର ଶୁଣିବାକୁ ପାଇଲେ । ବିଶାଖାପାଟଣା ଭଳି ସହରରେ ଓଡ଼ିଆ ଭାଷା ରେ ଚିତ୍କାର ଶୁଣି ଆମ୍ବୁଲାନ୍ସ କୁ ତାଙ୍କ ଆଡକୁ ମୁହାଁଇଲେ । ପଚାରି ବୁଝିଲା ବେଳକୁ ଜଣାପଡ଼ିଲାଯେ ସେମାନେ ସମସ୍ତେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଂଚଳର ଯୁବକ । ବୈପାରିଗୁଡ଼ା ଅଂଚଳର ଜଣେ ଦଲାଲ ବିଶାଖାପାଟଣା ର ଗାଜୁବାକା ଅଂଚଳରେ କୌଣସି ଏକ ଠିକାଦାର ପାଖରେ ସେମାନଙ୍କୁ ଛାଡ଼ିଦେଇ ଫେରିଯାଇଥିଲା । ଠିକାଦାର ଦିନରାତି ଖଟେଇଲା ପରେ ମଧ୍ୟ କୌଣସି ମଜୁରୀ ନ ଦେବାରୁ ସେମାନେ କାମ କରୁଥିବା ସ୍ଥାନରୁ ଘରମୁହାଁ ହୋଇ ପ୍ରାୟ ୨୦ କିଲୋମିଟର ଚାଲି ଚାଲି ସେହି ସ୍ଥାନକୁ ପହଁଞ୍ଚିଥିଲେ । ସେମାନଙ୍କ ହାତରେ ପାଇସାଟିଏ ନଥିଲା। କିନ୍ତୁ ପେଟରେ ପ୍ରବଳ ଭୋକ । ସେମାନଙ୍କ ବିକଳ ଭାବକୁ ଦେଖି ଶଙ୍କର ସେମାନଙ୍କୁ ତୁରନ୍ତ ଗୋଟାଏ ହୋଟେଲକୁ ନେଇ ପେଟପୁରା ଖାଇବାର ବନ୍ଦୋବସ୍ତ କରିବା ପରେ ତାଙ୍କ ଗାଡିରେ ବସାଇ କୋରାପୁଟ ପର୍ଯ୍ୟନ୍ତ ନେଇଆସିଲେ । କୋରାପୁଟରେ ପହଂଚିଲା ବେଳକୁ ସନ୍ଧ୍ୟା ୫ଟା ହୋଇଯାଇଥିବା ଯୋଗୁଁ ଲେବର କାର୍ଯ୍ୟାଳୟ ବନ୍ଦ ହୋଇସାରିଥିଲା । ଶଙ୍କର କୋରାପୁଟ ପ୍ରେସକ୍ଲବର ସଭାପତି ଓ ଶୋଭା ସ୍ବେଚ୍ଛାସେବୀ ସଂସ୍ଥା ସହ ଯୋଗାଯୋଗ କରିବା ପରେ ସେହି ଚାରିଜଣଙ୍କୁ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ ।

   Related Posts