Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗର୍ଭବତୀ ମହିଳାଙ୍କୁ ଅଧା ବାଟରେ ଛାଡି ପଳାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ଅଭିଯୋଗ ପରେ ଅଟକ ରଖିଲା ପୋଲିସ

26/06/2021 at 3:11 PM

ଜଗତସିଂପୁର ୨୬।୬: ଆମ୍ବୁଲାନ୍ସରେ କଟକ ନେଇ ଯାଉଥିବା ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଦୁର୍ବ୍ୟବହାର କରିବା ସହ ରାତି ଅଧରେ ବାଟରେ ଛାଡି ଚାଲିଯିବା ଘଟଣା ଆଲୋଡନ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଅଭିଯୋଗ ପାଇବା ପରେ ଜଗତସିଂହପୁର ପୋଲିସ ଘରୋଇ ଆମ୍ବୁଲାନ୍ସଟିକୁ ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ମହମଦପୁର ଗ୍ରାମର ଅଭିନ ବାରିକଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କ ଶାଶୁଙ୍କ ସହିତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେଠାରେ ତାଙ୍କର କୋଭିଡ୍ ପଜିଟିଭ ବହାରିବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଘରୋଇ ଆମ୍ବୁଲାନ୍ସରେ ଯୋଗେ କଟକ ସ୍ଥାନନ୍ତର କରାଯାଇଥିଲା । ତେବେ କଟକ ଯିବା ବାଟରେ ଆମ୍ଭୁଲାନ୍ସ ଚାଳକ ସମ୍ପୃକ୍ତ ମହିଳା ଓ ତାଙ୍କ ଶାଶୁଙ୍କୁ ଦୁର୍ବ୍ୟବହାର କରିବା ସହ ବିରିଡି ଛକ ନିକଟରେ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇଥିଲା । ଫଳରେ ଏମାନେ ଅସହାୟ ଅବସ୍ଥାରେ ବିରିଡି ପୋଲିସ ସହାୟତାରେ ଜଗତସିଂହପୁରରେ ପହଞ୍ଚିବା ପରେ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ସମ୍ପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚଳାଇଛି ।

   Related Posts