ବିଦ୍ୟୁତ ଖୁଣ୍ଟରେ ପିଟିହେଲା ଆମ୍ବୁଲାନ୍ସ, ଡ୍ରାଇଭର ଆହତ
3/09/2020 at 1:59 PM

କୋଣାର୍କ ୩।୯: ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ପାର୍ଶ୍ବରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହେବା ଫଳରେ ଆମ୍ବୁଲାନ୍ସଟି ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ଆମ୍ବୁଲାନ୍ସ ଡ୍ରାଇଭର କୁନା ଦାସଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ୧୦୮ ଆମ୍ବୁଲାନ୍ସଟି ନିମାପଡା ଡାକ୍ତରଖାନାରୁ ଜଣେ ଗର୍ଭବତୀ ମହିଳାଙ୍କୁ ପୁରୀ ଜିଲ୍ଲା ସଦର ହସ୍ପିଟାଲରେ ଛାଡି ଫେରୁଥିବା ସମୟରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021