Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପିପିଇ କିଟ୍ ପିନ୍ଧି ବରଯାତ୍ରୀଙ୍କ ସହ ଡ୍ୟାନ୍ସ କଲେ ଆମ୍ବୁଲାନ୍ସ ଡ୍ରାଇଭର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

28/04/2021 at 12:46 PM

ନୂଆଦିଲ୍ଲୀ ୨୮।୪: କରୋନା ମହାମାରୀ ଯୋଗୁଁ ସାରା ଦେଶରୁ ଏଭଳି କିଛି ଫଟୋ ଏବଂ ଭିଡିଓ ଦେଖିବାକୁ ମିଳୁଛି ଯାହା ଦେଖିଲା ପରେ ଛାତି ଥରିଉଠିବ । ଏ ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ଦେଖିଲା ପରେ ଆପଣ ଖୁସିରେ ନାଚି ଉଠିବେ । ଏହାକୁ ଦେଖିଲେ ଆପଣ ବୁଝିଯିବେ ଯେ, କରୋନା ଓ୍ବାରିୟର୍ସ କେତେ ସମସ୍ୟାରେ ନିଜ କାମ କରୁଛନ୍ତି । ଏହି ଭିଡିଓଟି ଉତ୍ତରାଖଣ୍ଡ ହଲଦ୍ବାନୀର । ଏଠାରେ ଜଣେ ଯୁବକ ପିପିଇ କିଟ୍ ପିନ୍ଧି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି ।

ରିପୋର୍ଟ ଅନୁସାରେ ପିପିଇ କିଟ୍ ପିନ୍ଧି ଡ୍ୟାନ୍ସ କରୁଥିବା ଏହି ଯୁବକ ଜଣଙ୍କ ଆମ୍ବୁଲାନ୍ସ ଡ୍ରାଇଭର । ଗତ କିଛି ଦିନ ହେବ ଯୁବକ ଜଣଙ୍କ ମୃତଦେହକୁ ଶ୍ମଶାନଘାଟକୁ ନେଇ ଯାଉଛନ୍ତି । ହଲଦ୍ବାନୀର ସୁଶୀଲ ତିଓ୍ବାରୀ ହସ୍ପିଟାଲ ବାହାରେ ଛିଡା ହୋଇଥିଲେ । ସେହି ସମୟରେ ସେହି ବାଟ ଦେଇ ବରଯାତ୍ରୀ ଯାଉଥିଲେ । ବ୍ୟାଣ୍ଡ ବାଜା ଶୁଣି ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ଡ୍ୟାନ୍ସ କରିବାକୁ ଲାଗିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ଭିଡିଓ ଉତ୍ତୋଳନ କରିବାକୁ ଲାଗିଲେ । ଏହାକୁ ସୋସିଆଲ ମିଡିଆରେ ସେୟାର କରିଦେଲେ ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନାଁ ମହେଶ । ଯେତେବେଳେ ମହେଶ ବରଯାତ୍ରୀଙ୍କୁ ଦେଖିଥିଲେ ସେ ତାଙ୍କର ଥକ୍କାପଣ କମାଇବା ପାଇଁ ଡ୍ୟାନ୍ସ କରିବାକୁ ଲାଗିଥିଲେ । ଲୋକେ ଏହା ଦେଖି ଖୁସି ହେଉଛନ୍ତି ଯେ, ଏଭଳି ମହାମାରୀ ସମୟରେ ଦିନ ରାତି ଲୋକଙ୍କ ସେବାରେ ଲାଗିଥିବା କରୋନା ଓ୍ବାରିୟର୍ସ କିଭଳି ଭାବେ ନିଜ ମନୋବଳ ବଢାଉଛନ୍ତି ।

   Related Posts