ଦେଖିପାରିଲାନି ଦୁନିଆ, ଜନ୍ମ ହେବାର କିଛି ସମୟ ପରେ ଆଖି ବୁଜିଲା ନବଜାତ ; ଠିକ୍‌ ସମୟରେ ପହଞ୍ଚିନଥିଲା ଆମ୍ବୁଲାନ୍ସ

Published By : Prameya-News7 Bureau | July 29, 2021 IST

କେନ୍ଦୁଝର ୨୯।୦୭: ଠିକ୍‌ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ । ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଶିଶୁ କନ୍ୟା ଜନ୍ମ ଦେଲା ମା । ଜନ୍ମ ହେବାର  କିଛି ସମୟ ପରେ ଆଖି ବୁଜିଲା ନବଜାତ ଶିଶୁ କନ୍ୟା । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବରଦାପାଳ ପଞ୍ଚାୟତ ତଳକୁସୁମିତା ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ,  ବୁଧବାର ଅପରାହ୍ନରେ ତଳକୁସୁମିତାଗାଁ ର ସୁମିତ୍ର ମୁଣ୍ଡାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେମାନେ ତୁର ଗାଁର ଆଶାଦିଦି ବାସିମୁଣ୍ଡାଙ୍କୁ ଖବର ଦେଇଥିଲେ । ଆଶାଦିଦି ତୁର ତାଙ୍କ ଘରେ ପହଞ୍ଚି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଆମ୍ବୁଲାନ୍ସ ପହନ୍‌ଚିବାକୁ ଅନେକ ବିଳମ୍ବ ହେଲା । ସେ ଏକ ଅଟୋରେ ସୁମିତ୍ରାଙ୍କୁ ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ ହେଲେ ଅସହ୍ୟ ଯନ୍ତ୍ରଣା ହେଉଥିବା ତାହା ସମ୍ଭବ ହେଲା ନାହିଁ ।

ଶେଷରେ କିଛି ସମୟ ପରେ ସେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟାଟି ଦେଖିବାକୁ ଖୁବ୍ ହୃଷ୍ଟ ପୃଷ୍ଟ ଥିଲା । କିନ୍ତୁ କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଥିଲା । ସେପଟେ ସୁମିତ୍ରା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିରହିଥିଲେ । ଅନେକ ସମୟ ପରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସା ପରେ ତାଙ୍କୁ ମେଡିକାଲରୁ ଛାଡି ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.