କରୋନା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଗାଡିରୁ ଡେଇଁ ଦୌଡିଲେ ସଂକ୍ରମିତ

Published By : Prameya-News7 Bureau | May 11, 2021 IST

ଶାହଡୋଲ ୧୧।୫: କରୋନା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ କରୋନା ରୋଗୀ । ମଧ୍ୟପ୍ରଦେଶ ଶାହଡୋଲରେ ଗାନ୍ଧୀ ଚୌକ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଗାନ୍ଧୀ ଚୌକରେ ଥିବା ଟ୍ରାଫିକ୍ ପୋଲିସ କର୍ମଚାରୀ ନିଆଁ ଲାଗିଥିବାର ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଅଟକାଇଥିଲେ । ନିଆଁ ଲାଗିବାର ଦେଖି କରୋନା ରୋଗୀ ତୁରନ୍ତ ଆମ୍ବୁଲାନ୍ସରୁ ଡେଇଁ ପଡିଥିଲେ । ତେବେ କୌଣସି ବଡ ଦୁର୍ଘଟଣା ଘଟିନାହିଁ, ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗାନ୍ଧୀ ଚୌକ ଟ୍ରାଫିକ୍ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିବା ବେଳେ ଦେଖିବାକୁ ପାଇଥିଲେ ଯେ, ଆଗରୁ ଆସୁଥିବା ଏକ ଆମ୍ବୁଲାନ୍ସର ଚକରେ ନିଆଁ ଲାଗିଯାଇଛି । ଏହା ଦେଖି ଟ୍ରାଫିକ୍ ପୋଲିସ ଜଣଙ୍କ ତୁରନ୍ତ ଆମ୍ବୁଲାନ୍ସଟିକୁ ଅଟକାଇ ଦେଇଥିଲେ । ଆମ୍ବୁଲାନ୍ସରେ ନିଆଁ ଲାଗିବା ଦେଖି କରୋନା ରୋଗୀ ଏବଂ ଅନ୍ୟ ଲୋକମାନେ ଡରି ଯାଇଥିଲେ । ଏହାପରେ ଆମ୍ବୁଲାନ୍ସରେ ଶୋଇଥିବା କରୋନା ରୋଗୀ ଜଣଙ୍କ ଗାଡିରୁ ଡେଇଁ ପଡିଥିଲେ । ପୋଲିସ କର୍ମଚାରୀମାନେ ତୁରନ୍ତ ଆମ୍ବୁଲାନ୍ସରୁ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ବାହାର କରି ନିଆଁକୁ ଆୟତ୍ତ କରିଥିଲେ । ଲୋକମାନେ ଏହା ଦେଖି ଟ୍ରାଫିକ୍ ପୋଲିସକୁ ପ୍ରଶଂସା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.