ଜଗତସିଂହପୁର ୧୩।୧୨ : ଜଗତସିଂହପୁର-ଗାଲୁପଡା ଛକ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
{"id":197240,"sizeSlug":"large"}ଗୁରୁତରଙ୍କ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର ଜପତ ରାୟ ଓ ଗାଲୁପଡାର କୁମର ପ୍ରଧାନ ଥିବା କୁହାଯାଇଛି।ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟି ପାରାଦ୍ବୀପ ଇଫକୋର । ରୋଗୀକୁ ଛାଡି ଫେରୁଥିବା ବେଳେ ଏହି ଆମ୍ବୁଲାନ୍ସଟି ସଦର ଥାନା ଗାଲୁପଡା ନିକଟରେ କୁମରଙ୍କୁ ଧକ୍କା ଦେଇଥିଲା ।
{"id":197241,"sizeSlug":"large"}ଡ୍ରାଇଭର ଜପତ ରାୟ ପ୍ରଚୁର ମଦ୍ୟ ପାନ କରି ବେପରୁଆ ଗାଡି ଚଳାଇବା ଯୋଗୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ଗାଲୁପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତା ରୋକ କରିଛନ୍ତି।