ରୋଗୀନେଇ ଯାଉଥିବା ବେଳେ ପୋଲରୁ ନଦୀକୁ ଖସି ପଡ଼ିଲା ଆମ୍ବୁଲାନ୍ସ

Published By : Prameya-News7 Bureau | May 06, 2021 IST

ବାଲେଶ୍ୱର, ୦୬/୦୫: ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ଯାଉଥିବା ବେଳେ ଏକ ଆମ୍ୱୁଲାନ୍ସ ପୋଲରୁ ନଦୀକୁ ଓଲଟି ପଡ଼ିଥିବା ଜଣାପଡ଼ିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି l

ସୂଚନା ଅନୁସାରେ, ଖଇରା-ସୋର କୁପାରୀ ରାସ୍ତାର ପିତା କାଳିଆ ପୋଲ ଉପରୁ ଓଲଟି ନଈରେ ଆମ୍ବୁଲାନ୍ସ ଖସିପଡ଼ିଥିବା ଜଣାପଡ଼ିଛି । ଖଇରାରୁ ସୋର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଆହତ ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ସୋର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ଆହତ ରୋଗୀଙ୍କ ପରିଚୟ ମିଳିପାରିନାହିଁ  l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.