ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଇ ୧୦୮ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ଘଟଣାରେ ଆଶା ଦିଦି ଓ ଡ୍ରାଇଭର ଗୁରୁତର

Published By : Prameya-News7 Bureau | December 09, 2018 IST

 ନବରଙ୍ଗପୁର  ୯/୧୨: ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଇ ୧୦୮ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଆଶା ଦିଦି ଓ ଡ୍ରାଇଭର ଗୁରୁତର  ହୋଇଛନ୍ତି। ଏହି ଘଟଣା ଘଟିଛି ଝରିଗାଁ ବ୍ଳକ ଅନ୍ତର୍ଗତଗୌଡ଼ଗୁଡା ଗ୍ରାମ ନିକଟରେ । ଗର୍ଭବତୀ ମହିଳା ଓ ଆଶା ଦିଦିଙ୍କୁ ଉମରକୋଟରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ମୁଣ୍ଡାପାଦର ଗାଁ ର ମୋନ ଜନୀ ଙ୍କସ୍ତ୍ରୀ ଲକ୍ଷ୍ମୀ ଜନୀ ଙ୍କ ଗତ ରାତି ପ୍ରାୟ ୧୦ଟା ସମୟରେ ପ୍ରସବ ବେଦନା ଆରମ୍ଭ ହେବାରୁ ଆଶା ଦିଦିକୁଜଣାଇ ଥିଲେ । ଆଶା ଦିଦି ୧୦୮କୁ ଫୋନ କରି ଗାଡିକୁ ଡକାଇ ଥିଲେ । ୧୦୮ ଗାଡି ଗର୍ଭବତୀଙ୍କୁ ଧରି ଝରିଗାଁକୁଯିବା ବାଟରେ ଗୌଡ଼ଗୁଡା ଛକ ନିକଟରେ ଏକ କଲବେର୍ଟରେ ପିଟି ହୋଇଯାଇଥିଲା। ଏହି ଘଟଣାରେ ୧୦୮ ଡ୍ରାଇଭରଓ ଆଶା ଦିଦିଙ୍କୁ ଗଭୀର ଆଘାତ ଲାଗିଥିଲା ହେଲେ ଗର୍ଭବତୀ ଓ ତାଙ୍କ ପରିବାର ଲୋକଙ୍କୁ ସାମାନ୍ୟ ଆଘାତଲାଗିଛି। ଏହା ପରେ ଅନ୍ୟ ଏକ ୧୦୮ଯୋଗେଁ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଗର୍ଭବତୀ ମହିଳାଓ ଆଶା ଦିଦିଙ୍କ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଶା ଦିଦିଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଥିବାବେଳେ ଗର୍ଭବତୀ ଙ୍କ ସ୍ବାସ୍ଥ୍ୟାବସ୍ଥାର ସଠିକ୍ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.