ପ୍ରସୂତିଙ୍କୁ ନେଇ ମେଡିକାଲ୍ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ନବଜାତ ଶିଶୁ ମୃତ, ମା’ ଗୁରୁତର
27/11/2018 at 11:28 PM

ମୟୂରଭଞ୍ଜ ୨୭/୧୧: ପ୍ରସୂତିଙ୍କୁ ନେଇ ମେଡିକାଲ୍ ଯାଉଥିବା ଆମ୍ବୁଲାନ୍ସ ଓଲଟି ପଡ଼ିଲା । ମୟୂରଭଞ୍ଜ ପାଟଣା ଥାନା ଅନ୍ତର୍ଗତ ତିଳବେଡ଼ା ଛକରେ ଏମିତି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିବା ବେଳେ ସେଥିରେ ଯାଉଥିବା ପ୍ରସୂତି ବୁଧୁନି ମୁଣ୍ଡାଙ୍କର ହୋଇଛି ଗର୍ଭପାତ । ଦୁର୍ଘଟଣାସ୍ଥଳରେ ମୃତ ଶିଶୁକନ୍ୟା ଜନ୍ମ ହୋଇଥିଲା । ସେପଟେ ବୁଧୁନିଙ୍କର ଅବସ୍ଥା ଗୁରୁତର ଥିବା ବେଳେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।