ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ: ବ୍ରିଜ୍‌ ଉପରେ ଯିବା ବେଳେ ସାମ୍ନାପଟୁ ପିଟିଲା

Published By : Prameya-News7 Bureau | October 12, 2020 IST

ବାଲିପାଟଣା୧୨/୧୦: ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ବାଲିଅନ୍ତା ଥାନା ବାଳକାଟି ଭାର୍ଗବି ସେତୁ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଲିଙ୍ଗିପୁର ଅଞ୍ଚଳର ୬୬ ବର୍ଷୀୟ ନରେନ୍ଦ୍ର ସାହୁ। ନରେନ୍ଦ୍ର ବ୍ରିଜ୍ ଉପରେ ଯିବା ବେଳେ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା କୋଭିଡ୍ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ନରେନ୍ଦ୍ରଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ଫେରାର ଥିବାବେଳେ ଆମ୍ବୁଲାନ୍ସଟିକୁ ଜବତ କରିଛି ବାଲିଅନ୍ତା ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.