ଆରମ୍ଭ ହେଲା କାମାକ୍ଷା ଦେବୀଙ୍କ ଆମ୍ବୁବାଚୀ ମେଳା, କାମରୂପରେ ଏକତ୍ର ହୋଇଛନ୍ତି ସାରା ଦୁନିଆର ତାନ୍ତ୍ରିକ
22/06/2019 at 4:31 PM

ଶନିବାର ଜୁନ ୨୨ ତାରିଖରୁ କାମାକ୍ଷା ଦେବୀଙ୍କ ଆମ୍ବୁବାଚୀ ମେଳା ଆରମ୍ଭ ହୋଇଛି। ଭାରତର ୫୧ ଶକ୍ତିପୀଠ ମଧ୍ୟରୁ ଆସାମ ରାଜଧାନୀ ଗୌହାଟୀର କାମରୂପରେ ଅବସ୍ଥିତ କାମାକ୍ଷା ମନ୍ଦିର ଅନ୍ୟତମ। ବର୍ଷର ଏଠାରେ ୩ ଦିନ ମେଳା ଜମେ। ଏଥିରେ ଚଳିତବର୍ଷର ଦେଶର ବିଭିନ୍ନ ପ୍ରାନ୍ତରୁ ଅସଂଖ୍ୟ ତାନ୍ତ୍ରିକ ଯୋଗଦେଇଛନ୍ତି। ଦେବୀଙ୍କ ଆମ୍ବୁବାଚୀ ମେଳା ନିମନ୍ତେ ମନ୍ଦିରର ଦ୍ୱାରର ମନକୁମନ ବନ୍ଦ ହୋଇଯାଏ ବୋଲି ଲୋକମାନ୍ୟତା ରହିଛି। ତେବେ ଏହି ସମୟ ତନ୍ତ୍ର ସାଧାନା ପାଇଁ ପ୍ରକୃଷ୍ଠ ହୋଇଥିବାରୁ ଦୁନିଆଜାକର ତାନ୍ତ୍ରିକ ଏଠାରେ ଠୁଳ ହୁଅନ୍ତି।

କୁହାଯାଏ ଭଗାନ ଶିବ ଦେବୀ ଶତୀଙ୍କ ଶବ ଧରି ତାଣ୍ଡବ କରୁଥିବା ବେଳେ ଏଠାରେ ଶରୀରର କିଛି ଅଂଶପଡିଥିଲା। ଯେଉଁଠାରେ ଦେହାବଶେଷ ପଡିଥିଲା ସେଠାରେ କାମାକ୍ଷା ଦେବୀଙ୍କ ମନ୍ଦିର ନିର୍ମିତ ହୋଇଛି। ଲୋକ ପରମ୍ପରା ଅନୁସାରେ ମହିଳାଙ୍କ ଭଳି ଏଠାରେ ଦେବୀମାତା ମଧ୍ୟ ରଜସ୍ୱଳା ହୁଅନ୍ତି। ଏହି ସମୟ ହେଲେମନ୍ଦିରର କବାଟ ଆପେ ଆପେ ବନ୍ଦ ହୋଇଯାଏ। ସେହି ଅନୁସାରେ ୨୨ ଜୁନ ଶନିବାର ରାତି ୯ଟା ୫୪ ମିନିଟ୍ ୨୭ ସେକେଣ୍ଡରେ ମନ୍ଦିରର କବାଟ ବନ୍ଦ ହେବ ବୋଲି ଜଣାପଡିଛି। ୩ ଦିନ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିବ। ଏହି ସମୟରେ ମନ୍ଦିରକୁ କାହାରିକୁ ପ୍ରବେଶ ମଧ୍ୟ କରାଇଦିଆ ଯିବନି। ୩ ଦିନ ପରେ ଅର୍ଥାତ୍ ୨୬ ଜୁନ ସକାଳ ୭ଟା ୫୧ ମିନିଟ୍ ୫୮ ସେକେଣ୍ଡରେ ମନ୍ଦିରର ଦ୍ୱାର ଆପେ ଆପେ ଖୋଲିବ।

ମନ୍ଦିରର ଦ୍ବାର ଉନ୍ମୁକ୍ତ ହେବା ପରେ ଭକ୍ତଙ୍କୁ ପ୍ରସାଦ ରୂପେ ମାଙ୍କର ଆମ୍ବୁବାଚୀ ବସ୍ତ୍ର ବିତରଣ କରାଯିବ। କାମାକ୍ଷା ମନ୍ଦିରକୁ ନେଇ ଅନେକ ରହସ୍ୟମୟ ଲୋକକଥା ରହିଛି। ତେବେ ସମୟ ସହ ଏଠାରେ ଲୋକ ନୀତି ବଦଳିଥିବା ବେଳେ ତନ୍ତ୍ରମନ୍ତ୍ରଠୁ ଲୋକେ ଦୂରେଇଛନ୍ତି।