ଜନପଥ ସ୍ଥିତ ଅମ୍ବର ସୋ’ରୁମ୍ ସିଲ୍, ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗ

Published By : Prameya-News7 Bureau | June 11, 2020 IST

ଭୁବନେଶ୍ବର ୧୧।୬: ବଜାରରେ ରଜ ଭିଡ । ରଜ ପାଖେଇ ଆସୁଥିବାରୁ ସମସ୍ତେ ନୂଆ ଲୁଗା କିଣାକିଣି କରିବାରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ମାର୍କେଟରେ ନାହିଁ ନଥିବା ଭିଡ ଜମୁଛି । କରୋନା ମହାମାରୀ ସମୟରେ ଲୋକେ ସତେ ଯେମିତି କଟକଣାକୁ ଭୁଲି ଯାଉଛନ୍ତି ।

{"id":284608,"sizeSlug":"large"}

ଭୁବନେଶ୍ବର ସ୍ଥିତ ଜନପଥରେ ଥିବା ଅମ୍ବର ସୋ’ରୁମ୍ ସିଲ୍ କରାଯାଇଛି । କରୋନା ଯୋଗୁଁ ଜାରି କରାଯାଇଥିବା ସାମାଜିକ ଦୂରତା ନିୟମ ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ସୋ’ରୁମ୍ କୁ ସିଲ୍ କରିଦେଇଛନ୍ତି ।

{"id":284609,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର କଟକ ଦୋଳମୁଣ୍ଡାଇ ସ୍ଥିତ ଅମ୍ବର ଏନଏକ୍ସ ସୋ’ରୁମ୍ ମଧ୍ୟ ସିଲ୍ କରାଯାଇଥିଲା । ସିଏମସି ଏହି ସୋ’ରୁମକୁ ସିଲ୍ କରିଥିଲା । କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ସିଏମସି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.