ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମରାଓ ଆମ୍ବେଦକର ଶୁକ୍ରବାର ତିରୋଧାନ ଦିବସ

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ ୦୬।୧୨- ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମରାଓ ଆମ୍ବେଦକର ଶୁକ୍ରବାର ତିରୋଧାନ ଦିବସ ଅବସରରେ ମନେପଡ଼ିଛନ୍ତି । ମୃତ୍ୟୁ ବାର୍ଷିକୀ ଅବସରରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସେହିପରି ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ପରିଚିତ ଡ଼କ୍ଟର ବି.ଆର୍‍ .ଆମ୍ବେଦକର ୧୮୯୧ ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ। ଗରିବ ପରିବାରରେ ଜନ୍ମଲାଭ କରିବା ପରେ ଖୁବ ପରିଶ୍ରମ କରି ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଭାରତରେ ଆମ୍ବେଦକର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ଏହି ଦଳିତ ରାଜନେତାଜଣକ ଅର୍ଥନୀତି ଓ ରାଜନୀତି ବିଜ୍ଞାନ ଅଧ୍ୟୟନ-ଅନୁସନ୍ଧାନ କରିଥିବାରୁ କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍‍ ଇକୋନୋମିକ୍ସ ପକ୍ଷରୁ ତାଙ୍କୁ ଡ଼କ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା। ମଧୁମେହ ରୋଗରେ ପୀଡ଼ିତ ହୋଇ ଆମ୍ବେଦକର କାର୍ଯ୍ୟଚାପ ଓ ସ୍ୱାସ୍ଥ୍ୟବସ୍ଥାରେ ଅବନତି କାରଣରୁ ୧୯୫୬ ଡ଼ିସେମ୍ବର ୬ରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.