Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବ୍ୟାଟ୍‌ରେ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କୁ ମୁହଁତୋଡ ଜବାବ ଦେଲେ ରାୟୁଡୁ, ଧୋନୀ କହିଲେ- ଦମଦାର ଇନିଂସ ଖେଳିଲ

20/09/2020 at 3:52 PM

ଆବୁଧାବି ୨୦।୦୯: ଆଇପିଏଲ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌ ପରେ ସର୍ବତ୍ର ଅମ୍ବତି ରାୟୁଡୁଙ୍କ ଚର୍ଚ୍ଚା। ରାୟୁଡୁ ଗତକାଲି ପଡିଆକୁ ଓହ୍ଲାଇବା ମାତ୍ରେ ବ୍ୟାଟ୍‌ ଜରିଆରେ ନିଜ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ସେ ଏମିତି ଏକ ପାଳି ଖେଳି ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ ଜଣାଇ ଦେଇଛନ୍ତି ଯେ, ଗତ ବର୍ଷ ବିଶ୍ଵ କପ୍‌ରେ ତାଙ୍କୁ ଅଣଦେଖା କରିବା ଦଳ ପ୍ରବନ୍ଧକଙ୍କ ସବୁଠୁ ବଡ ଭୁଲ ଥିଲା। ରାୟୁଡୁଙ୍କ ଦମଦାର ବ୍ୟାଟିଂ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ଆହ୍ଲାଦିତ କରିଛି। ରାୟୁଡୁଙ୍କ ବ୍ୟାଟିଂ ଏମିତି ଥିଲା, ଯେଉଁଥିରେ ଆକ୍ରାମକ ଏବଂ ସଂଯମ ଉଭୟର ଉତ୍ତମ ସମନ୍ଵୟ ଥିଲା।

ମ୍ୟାଚ୍‌ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ରାୟୁଡୁଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରାୟୁଡୁ ଦମଦାର ବ୍ୟାଟିଂ କରି ଫାଫ ଡୁପ୍ଲେସିସ୍‌ଙ୍କ ସହିତ ମ୍ୟାଚ୍ ବିଜୟୀ ଭାଗିଦାରୀ କରିଥିଲେ। ଚତୁର୍ଥ କ୍ରମରେ ବ୍ୟାଟିଂ କରିଥିବା ରାୟୁଡୁ କେବଳ ୪୮ ବଲ୍‌ରୁ ୭୧ ରନର ଧମାକାଦାର ପାଳି ଖେଳିଛନ୍ତି। ଏଥିରେ ୬ ଚୌକା ଓ ୩ ଛକା ସାମିଲ। ପ୍ରାରମ୍ଭିକ ଝଟକା ପରେ ଚେନ୍ନାଇ ସୁପରକିଙ୍ଗ୍ସ ଚାପର ବଶବର୍ତ୍ତୀ ହୋଇଥିଲା। ମାତ୍ର ରାୟୁଡୁ ଓ ଡୁପ୍ଲେସିସ୍‌ ତୃତୀୟ ଓ୍ଵିକେଟ୍ ପାଇଁ ୧୧୫ ରନ ଯୋଡି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ।

ରାୟୁଡୁଙ୍କ ମୁହଁତୋଡ ଜବାବ

ଗତ ବର୍ଷ ବିଶ୍ଵକପରେ ସୁଯୋଗ ନମିଳିବା ପରେ ରାୟୁଡୁ ଏତେ ନିରାଶ ଏବଂ ମର୍ମାହତ ଥିଲେ ଯେ ୩୪ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। କିନ୍ତୁ କିଛି ମାସ ପରେ ନିଜ ନିଷ୍ପତ୍ତି ବଦଳାଇଥିଲେ। ଏବେ ଆଇପିଏଲରେ ଧୋନୀଙ୍କ ପରି ଧୂରନ୍ଧର ଅଧିନାୟକ ରାୟୁଡୁଙ୍କ ମହତ୍ଵ ବେଶ୍ ଭଲ ଭାବେ ବୁଝିଛନ୍ତି। ଧୋନୀ ଜାଣିଛନ୍ତି ଯେ, ରାୟୁଡୁ ଚତୁର୍ଥ କ୍ରମରେ ବ୍ୟାଟିଂ କରି ଚେନ୍ନାଇ ପାଇଁ ପ୍ରତ୍ୟେକ ମ୍ୟାଚ୍‌ରେ ବିଜୟର ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିବେ। ଏହା ତ କେବଳ ଆରମ୍ଭ। ଆଗାମୀ ମ୍ୟାଚ୍‌ରେ ରାୟୁଡୁଙ୍କ ବ୍ୟାଟ୍‌ରୁ ଆହୁରି ବଡ ଇନିଂସ ଦେଖିବାକୁ ମିଳିପାରେ।

   Related Posts