Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଜିଓ ପାଇଁ ମାଲାମାଲ ମୁକେଶ: ଗୁଗଲର ସହ ପ୍ରତିଷ୍ଠାତା ଓ ଟେସଲାର ଏଲନ ମସ୍କଙ୍କୁ ଟଙ୍କାରେ ଟପିଲେ, ହେଲେ ଦୁନିଆର ଷଷ୍ଠ ଧନୀ

14/07/2020 at 8:15 PM

ନୂଆଦିଲ୍ଲୀ ୧୪।୦୭: ମୁକେଶ ଅମ୍ବାନୀ ଦୁନିଆର ଷଷ୍ଠ ସବୁଠୁ ବଡ ଧନଶାଳୀ ବ୍ୟକ୍ତି  ହୋଇଛନ୍ତି। ଭାରତ ଓ ଏସିଆରେ ସେ ପୂର୍ବରୁ ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଥିଲେ, କିନ୍ତୁ ଏବେ ସେ ଗୁଗଲର ସହ ପ୍ରତିଷ୍ଠାତା ଲେରି ପେଜଙ୍କୁ ପଛରେ ପକାଇ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ବ୍ଲୁମର୍ଗର ଅରବପତି ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ମୋଟ୍‌ ସଂପତ୍ତିର ମୂଲ୍ୟ ୭୨.୪ ଅରବ ଡଲାର। ସୋମବାର ରିଲାଏନ୍ସର ଅଂଶଧନରେ ୩ ପ୍ରତିଶତ ବୃଦ୍ଧି ହେବାରୁ ଅମ୍ବାନୀ ତାଲିକାର ଷଷ୍ଠ ସ୍ଥାନକୁ ଉନ୍ନିତ ହୋଇଛନ୍ତି।

ମୁକେଶ ଅମ୍ବାନୀଙ୍କୁ ରିଲାଏନ୍ସର ଅଂଶଧନ ବୃଦ୍ଧିର ଫାଇଦା ମିଳିଛି। ଏପରିକି ଆମେରିକା ଘରୋଇ ପୁଞ୍ଜି ବଜାରରେ ହ୍ରାସ ହେବା ତାଙ୍କୁ ଫାଇଦା ଦେଇଛି। ଆମେରିକା ଘରୋଇ ପୁଞ୍ଜି ବଜାରରେ ହ୍ରାସ ହେବାରୁ ଗୁଗଲର ସହ ପ୍ରତିଷ୍ଠାତା ଲେରି ପେଜଙ୍କ ସଂପତ୍ତି ୭୧.୬ ଅରବ ଡଲାରକୁ ଖସି ଆସିଛି। ଅନ୍ୟପଟେ ଗୁଗଲର ସଂସ୍ଥାପକ ସେରଜେ ବ୍ରିନଙ୍କ ସଂପତ୍ତି ୬୯.୪ ଅରବ ଡଲାର ହୋଇଛି।

ସବୁ ବଡ ବଡ ଉଦ୍ୟୋଗପତିଙ୍କୁ ପଛରେ ପକାଇଲେ ଅମ୍ବାନୀ

ଟେସଲାର ଏଲନ ମସ୍କ ମଧ୍ୟ ଅମ୍ବାନୀଙ୍କ ମୁକାବିଲାରେ ପଛରେ ପଡି ଯାଇଛନ୍ତି। କେବଳ ଏତିକି ନୁହେଁ ଗତ ସପ୍ତାହରେ ମୁକେଶ ଅମ୍ବାନୀ ଓ୍ଵର୍କସାୟର ସିଇଓ ତଥା ଦୁନିଆର ବଡ ନିବେଶକ ଓ୍ଵାରେନ ବଫେଟଙ୍କୁ ମଧ୍ୟ ପଛରେ ପକାଇ ଅରବପତି ତାଲିକାର ସପ୍ତମ ସ୍ଥାନ ହାସଲ କରିଥିଲେ।

ଚଳିତ ବର୍ଷ ପ୍ରାରମ୍ଭିକ ମାସରେ କାରବାରରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ କ୍ରମାଗତ ଗ୍ରୋଥ କରି ଚାଲିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଜିଓ ପ୍ଲାଟଫର୍ମରେ ଗୋଟିଏ ପରେ ଗୋଟିଏ ୧୩ କମ୍ପାନୀ ପୁଞ୍ଜି ନିବେଶ କରିଛନ୍ତି। ଏଥିରେ ଫେସବୁକ ବି ସାମିଲ। ଏହି ସବୁ ନିବେଶରେ ଅମ୍ବାନୀ ୧,୧୮,୦୦୦ କୋଟି ଟଙ୍କା ଆୟ କରିଛନ୍ତି।

   Related Posts