Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଖୁଚୁରା କ୍ଷେତ୍ରରେ ବ୍ୟାପକ ରିହାତି ସହ ଧମକା କରିବେ ଅମ୍ବାନୀ, ଫ୍ଲିପକାର୍ଟ ଓ ଆମାଜନ ସହ ହେବ ଟକ୍କର

11/11/2020 at 5:07 PM

ମୁମ୍ବାଇ : ଭାରତର ନାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲମିଟେଡ୍ ଅନଲାଇନ ରିଟେଲ ସେକ୍ଟରରେ ପ୍ରବେଶ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ଦିବାଲୀ ସେଲ ମାଧ୍ୟମରେ ରିଲାଏନ୍ସ ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଯାଉଥିବା ବେଳେ ବଜାରରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଓ ଆମାଜନକୁ କଡ଼ା ଟକ୍କର ଦେବେ ବୋଲି ଜଣାପଡିଛି। ଭାରତୀୟ ଇ-କମର୍ସ ବଜାରକୁ ଆମାଜନ ଓ ଫ୍ଲିପ୍ କାର୍ଟ ଦୀର୍ଘ ବର୍ଷରୁ କବଳିତ କରି ରଖିଛନ୍ତି। ଏଣୁ ରିଲାଏନ୍ସ ବମ୍ପର ଡିସ୍କାଉଣ୍ଟ ମାଧ୍ୟମରେ ନିଜ ଲାଗି ନୂଆ ବଜାର ତିଆରି କରିବା ଯୋଜନାରେ ଥିବା ଜଣାପଡିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ଜିଓ ଜରିଆରେ ଟେଲିକମ୍ୟୁନିକେସନ ବଜାରକୁ ପ୍ରବେଶ କରିଥିଲେ। ନୂଆନୂଆ ବଜାର ପ୍ରବେଶ ବେଳେ ଶସ୍ତାରେ ଡାଟା ଓ ଫ୍ରି କଲିଂ ସେବା ଦେଇ ଦେଶର ମୋଟ ବଜାରକୁ ହାତେଇ ନେଇଥିଲେ। ଏବେ ରିଲାଏନ୍ସ ଠିକ୍‌ ସେହି ନୀତି ଆପଣେଇବେ ବୋଲି ପୂର୍ବାନୁମାନ କରାଯାଉଛି। ଏଥିରେ ରିଲାଏନ୍ସ ଦିବାଲୀ ସେଲରେ କନଫେକ୍ସନରୀ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଥିବା ବେଳେ ରିଲାଏନ୍ସ ଡିଜିଟାଲ ୱେବ୍‌ ସାଇଟ୍‌ରେ ମୋବାଇଲ ଫୋନ ବେଶ ଶସ୍ତା ଦରରେ ବିକୁଥିବା ଜଣାପଡିଛି।

ରିଲାଏନ୍ସ ଡିଜିଟାଲରେ ସାମସଙ୍ଗ ସ୍ମାର୍ଟ ଫୋନ ପ୍ରତିଯୋଗୀ କମ୍ପାନୀଙ୍କ ତୁଳନାରେ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଥିବା ଜଣା ପଡିଛି। ନିକଟରେ ରିଲାଏନ୍ସକୁ ବିପୁଳ ପାଣ୍ଠି ମିଳିଛି। ଏଣୁ କମ୍ପାନୀକୁ ରିଟେଲ ସେକ୍ଟରରେ ସ୍ୱଳ୍ପମୂଲ୍ୟରେ କାରବାର କରିବା କଷ୍ଟକର ହେବନି। ରିଲାଏନ୍ସ ଜିଓରେ ୧.୫ ଲକ୍ଷ କୋଟି ଟଙ୍କା ନିବେଶ ଆସିବା ପରେ ରିଲାଏନ୍ସ ରିଟେଲରେ ନିବେଶ ଆରମ୍ଭ ହୋଇଥିଲା। ନିକଟରେ କେକେଆର ଓ ସିଲଭର ଲେକ୍‌ ଭଳି କମ୍ପାନୀମାନେ ରିଲାଏନ୍ସ ରିଟେଲରେ ନିବେଶ କରିଛନ୍ତି। ଏଣୁ କମ୍ପାନୀ ବଜାର ଆହ୍ୱାନର ସଫଳ ମୁକାବିଲା କରିପାରିବ ବୋଲି ଆଶା କରାଯାଉଛି।    

   Related Posts